ଦୁର୍ଘଟଣାରେ ବୌଦ୍ଧ ଏଡିଏମଙ୍କ ପରଲୋକ: ଭୁବନେଶ୍ୱରରୁ ସରକାରୀ କାମ ସାରି ଫେରିବା ବେଳେ ଗଛରେ ପିଟିହେଲା ଗାଡି;ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

839

କନକ ବ୍ୟୁରୋ: ଦୁର୍ଘଟଣାରେ ଚାଲିଗଲା ବୌଦ୍ଧ ଅତିରିକ୍ତ ଜିଲ୍ଲାପାଳ ରମାକାନ୍ତ ସେଠୀଙ୍କ ଜୀବନ। ଏକ କାର ଦୁର୍ଘଟଣାରେ ଆଜି ସକାଳେ ତାଙ୍କର ମୃତ୍ୟୁ । ସରକାରୀ କାର୍ଯ୍ୟକ୍ରମ ସାରି ଭୁବନେଶ୍ୱରରୁ ବୌଦ୍ଧ ଫେରୁଥିବା ବେଳେ ବୌଦ୍ଧର ଚାରିଛକ ଥାନା ନିକଟ କରଡାକୋଠାଠାରେ ଏକ ଗଛରେ କାରଟି ପିଟି ହୋଇଯିବାରୁ ଗୁରୁତର ହୋଇଥିଲେ ଅତିରିକ୍ତ ଜିଲ୍ଲାପାଳ। ତେବେ ଗୁରୁତର ଅବସ୍ଥାରେ ବୌଦ୍ଧ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି ।

ସୂଚନା ଅନୁସାରେ, ବୌଦ୍ଧ ଅତିରିକ୍ତ ଜିଲ୍ଲାପାଳ ରମାକାନ୍ତ ସେଠୀଙ୍କର ଆଜି ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଆଜି ସକାଳ ପ୍ରାୟ ୭: ୩୦ରେ ବୌଦ୍ଧକୁ ଆସିବା ରାସ୍ତାର ଚାରିଛକ ଅଞ୍ଚଳର କଲରାକୋଠା ନିକଟରେ ତାଙ୍କ କାରଟି ଗୋଟାଏ ଗଛରେ ପିଟି ହୋଇଯାଇଥିଲା। ସାଙ୍ଘାତିକ ଆହତ ଅବସ୍ଥାରେ ତାଙ୍କୁ ପୁରୁଣାକଟକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଉନ୍ନତ ଚିକିତ୍ସା ନିମନ୍ତେ ସେଠାରୁ ତାଙ୍କୁ ବୌଦ୍ଧ ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।