NDTVର ସେୟାର କିଣିବେ ଆଦାନୀ। ୨୯.୧୮ ପ୍ରତିଶତ ସେୟାର କିଣିବା ପାଇଁ ଦେଲେ ଅଫର ।

122

କନକ ବ୍ୟୁରୋ: ଗୌତମ ଆଡାନୀଙ୍କ ନେତୃତ୍ୱାଧୀନ ଆଦାନୀ ଗ୍ରୁପର ମିଡିଆ କମ୍ପାନୀ ଏଏମଜି ମିଡିଆ ନେଟୱାର୍କ ଲିମିଟେଡ ଏନଡିଟିଭି କିଣିବାକୁ ଇଚ୍ଛା ପ୍ରକାଶ କରିଛି । ଆଡାନୀ ଗ୍ରୁପ ଏନଡିଟିଭିରେ ୨୯.୧୮ ପ୍ରତିଶ୍ରତ ସେୟାର କିଣିବା ପାଇଁ ଇଚ୍ଛାପ୍ରକାଶ କରିଛି ।

 

ସୂଚନା ଅନୁସାରେ ଆଦାନୀ ଗ୍ରୁପର ମିଡିଆ କମ୍ପାନୀ ଏଏମଜି ମିଡିଆ ନେଟୱାର୍କ ଲିମିଟେଡ (ଏଏମଏନଏଲ) ଅପ୍ରତ୍ୟକ୍ଷ ଭାବେ ଏନଡିଟିଭିର ୨୯.୧୮ ପ୍ରତିଶତ ସେୟାର ହାସଲ କରିବେ । ନିଜ ଆଡୁ ଏହି ଅଫର ଦେଇଛନ୍ତି କମ୍ପାନୀ କର୍ତ୍ତୃପକ୍ଷ । ଏହି ଅଧିଗ୍ରହଣ ଏଏମଏନଏଲର ପୂର୍ଣ୍ଣ ସହଯୋଗୀ ବିଶ୍ୱପ୍ରଧାନ କମର୍ଶିଆଲ ପ୍ରାଇଭେଟ ଲିମିଟେଡ ଜରିଆରେ ପୂର୍ଣ୍ଣ କରାଯିବ । ଏଏମଏନଏଲ ଉପରେ ଆଦାନୀ ଗ୍ରୁପର ମାଲିକାନା ରହିଛି ।

ଏନେଇ ଜାରିହୋଇଥିବା ପ୍ରେସବାର୍ତ୍ତାରେ କୁହାଯାଇଛି, ଭିପିସିଏଲ ପାଖରେ ଆରଆରପିଆର ହୋଲଡିଂ  ପ୍ରାଇଭେଟ ଲିମିଟେଡର ୯୯.୫ ପ୍ରତିଶତର ସେୟାର କିଣିବାର ଅଧିକାର ରହିଥିଲା । ଭିପିସିଏଲ ଏହି ମିଡିଆ ରାଇଟ ଜରିଆରେ ସେୟାର ନେବା ପାଇଁ ଇଚ୍ଛା ପ୍ରକାଶ କରିଥିଲା । ସୂଚନା ଅନୁସାରେ ଏନଡିଟିଭି ପାଖରେ ତିନି ପ୍ରମୁଖ ରାଷ୍ଟ୍ରୀୟ ଚାନେଲ ଏନଟିଡିଭି ୨୪X୭ , ଏନଡିଟିଭି ଇଣ୍ଡିଆ ଏବଂ ଏନଡିଟିଭି ପ୍ରଫିଟ ରହିଛି । ନିଜର ଏକ ମଜବୁତ ନିଜସ୍ୱ ଡିଜିଟାଲ ପ୍ଲାଟଫର୍ମ ମଧ୍ୟ ରହିଛି ।  ଏମଏମଜିର ସିଇଓ ସଞ୍ଜୟ ପୁଗଲିଆ କହିଛନ୍ତି, ଏହି ଅଧିଗ୍ରହଣ ନୂଆ ଯୁଗର ମାଡିଆ ପାଇଁ ମାର୍ଗ ପ୍ରଶସ୍ତ କରିବ ।