ପୁଲିସ ପଂଝାରେ ଅଭିଯୁକ୍ତ ବିଫଳ ପ୍ରେମିକ ! ବାରମ୍ବାର ପ୍ରେମ ନିବେଦନରେ ଅରାଜି ହେବାରୁ ଛାତ୍ରୀଙ୍କୁ କରିଥିଲା ଏସିଡ୍ ମାଡ
କନକ ବ୍ୟୁରୋ : ଯୁକ୍ତ ଦୁଇର ଜଣେ ଛାତ୍ରୀଙ୍କ ମୁହଁକୁ ଏସିଡ ମାଡ କରି ତାଙ୍କ ଜୀବନ ସହ ଖେଳ ଖେଳିଛି ଏହି ବିଫଳ ପ୍ରେମିକ । ଅଭିଯୁକ୍ତର ନାଁ ପର୍ଶୁରାମ ମାଝି । ତେଲେଙ୍ଗାନା ପୁଲିସ ସହାୟତାରେ ଏହି ଅଭିଯୁକ୍ତକୁ ଗିରଫ କରିଛି କଳାହାଣ୍ଡି ପୁଲିସ । ବାରମ୍ବାର ଜୋର ଜବରଦସ୍ତ ଏକତରଫା ପ୍ରେମ ନିବେଦନ କରି ବିଫଳ ହୋଇଥିଲା ଅଭିଯୁକ୍ତ । ଛାତ୍ରୀ ଜଣକ ଅରାଜି ହେବାରୁ ମଝି ରାସ୍ତାରେ ମୁହଁରେ ଏସିଡ୍ ପକାଇ ଦେଇ ଫେରାର ହୋଇଯାଇଥିଲା ଏହି ବିଫଳ ପ୍ରେମିକ ।
Kanak News is now on WhatsApp
Join and get latest news updates delivered to you via WhatsApp
କଳାହାଣ୍ଡି କଲମପୁର ବ୍ଲକ ବଙ୍କାପଲାର ଏହି ଛାତ୍ରୀ ଜଣକ ସବୁଦିନ ଭଳି ଗତ ୧୫ ତାରିଖରେ ମଧ୍ୟ କମ୍ପ୍ୟୁଟର କ୍ଲାସ ଯିବା ପାଇଁ ବାହାରିଥିଲେ । ତାଙ୍କୁ ରାସ୍ତାରେ ଅପେକ୍ଷା କରିଥିଲା ଅଭିଯୁକ୍ତ ପର୍ଶୁରାମ ମାଝି । ପୂର୍ବରୁ ଛାତ୍ରୀଙ୍କୁ ବାରମ୍ବାର ପ୍ରେମ ନିବେଦନ କରି ବିଫଳ ହେବା ପରେ ସେଦିନ ମଧ୍ୟ ପ୍ରେମ ପ୍ରସ୍ତାବ ଦେଇଥିଲା । ହେଲେ ଛାତ୍ରୀ ମନା କରିବାରୁ ଉତକ୍ଷିପ୍ତ ପର୍ଶୁରାମ ସାଙ୍ଗରେ ଆଣିଥିବା ଏସିଡକୁ ଛାତ୍ରୀଙ୍କ ଉପରକୁ ଫୋପାଡି ଫେରାର ହୋଇଯାଇଥିଲା । ସେପଟେ କଟକ ବଡ ଡାକ୍ତରଖାନାରେ ଆହତ ଯୁବତୀଜଣଙ୍କର ଚିକିତ୍ସା ଚାଲିଛି ।