ଉତ୍କଳ ବିଶ୍ୱବିଦ୍ୟାଳୟରେ ଉତେଜନା ଘଟଣା: ସାମ୍ନାକୁ ଆସିଲା ଏଭିବିପି ଛାତ୍ରନେତାଙ୍କୁ ପୋଲିସ୍ ଗିରଫ କରିବାର ଭିଡିଓ

235

କନକ ବ୍ୟୁରୋ: ଉତ୍କଳ ବିଶ୍ୱବିଦ୍ୟାଳୟରେ ଗତ ୧୨ ତାରିଖରେ ହୋଇଥିବା ଉତେଜନାଙ୍କୁ ନେଇ ପୋଲିସ ଯେଉଁ ଛାତ୍ର ନେତାଙ୍କୁ ଗିରଫ କରିଥିଲା, ସେହି ସମୟ ଭିଡିଓ ଏବେ ଆମ ହାତରେ ଲାଗିଛି । ଛାତ୍ର ନେତାଙ୍କୁ ହାତରେ ହାତକଡି ପକେଇ ବାନ୍ଧିକି ନେଉଛି ପୋଲିସ । ଯାହାକୁ ନେଇ ଛାତ୍ରନେତା ଅଭିଯୋଗ କରି କହିଛନ୍ତି, ମନ୍ତ୍ରୀଙ୍କ ହତ୍ୟାକାରୀ ଗୋପାଳ ଦାସ ହାତରେ ହାତକଡି ପଡିନି, ହେଲେ ଆମେ ଷ୍ଟୁଡେଂଟ୍ ଆକ୍ଟିଭିଷ୍ଟ କାହିଁକି ଆନ୍ଦୋଳନ କଲୁ, ଆମକୁ ହାତକଡି ପକାଇ ପୋଲିସ ଗିରଫ କରୁଛି । ପୋଲିସ ବିରୋଧରେ ଏଭଳି ସାଂଘାତିକ୍ ଅଭିଯୋଗ ଆଣିଛନ୍ତି ଗିରଫ ହୋଇଥିବା ଛାତ୍ରନେତା । ତେବେ ବିଶ୍ୱବିଦ୍ୟାଳୟରେ ଉତେଜନା ଘଟଣାକୁ ନେଇ ଛାତ୍ରନେତାଙ୍କୁ ହାତକଡି ପକାଇ ଜେଲ ନେବା କେତେଦୁର ଯୁକ୍ତିଯୁକ୍ତ ଏହାକୁ ନେଇ ପ୍ରଶ୍ନ ଉଠିଛି । ଅର୍ଚ୍ଚନା ନାଗ, ଗୋପାଳ ଦାସ ଭଳି ବଡ ବଡ ହତ୍ୟାକାରୀଙ୍କୁ ହାତକଡି ପକାଯାଉ ନଥିବାବେଳେ ଛାତ୍ରନେତାଙ୍କୁ ହାତକଡି ବାନ୍ଧିବା ନେଇ ଉଠିଲା ପ୍ରଶ୍ନ ।