କନ୍ଧମାଳ ଦୁର୍ଗମ ଇଲାକାରେ ବିକାଶର ନଗ୍ନ ଚିତ୍ର। ୫କିମି ମୃତଦେହକୁ ବୋହିନେଲେ ପରିବାର ଲୋକ।

71

କନକ ବ୍ୟୁରୋ: ଦୁର୍ଗମ ଇଲାକାରେ ବିକାଶର ନଗ୍ନ ଚିତ୍ର । ବଣ ପାହାଡ ଘେରା ଅଞ୍ଚଳରେ ରାସ୍ତା ନାହିଁ । ନଦୀ ନାଳ ପାର ହୋଇ ଯାଉଛନ୍ତି ଲୋକେ । ସେହିଭଳି ଏହି ରାସ୍ତା ସମସ୍ୟା ଯୋଗୁ ଚିକିତ୍ସା ପାଇଁ ଜଣେ ଗୁରୁତର ରୋଗୀଙ୍କୁ ଖଟିଆରେ ବୁହା ହେଲା । ଆଉ ମୃତ୍ୟୁ ପରେ ବି ମୃତଦେହକୁ ସଂସ୍କାର ପାଇଁ ଖଟିଆରେ ବୋହିନେଇଛନ୍ତି ପରିବାର । ପ୍ରାୟ ୫ କିଲୋମିଟର ପର୍ଯ୍ୟନ୍ତ ମୃତଦେହକୁ ବୋହି ବୋହି ନେଇଛନ୍ତି । ଏହିଭଳି ଚିତ୍ର ଫୁଲବାଣୀ ବ୍ଲକ ତୁଡିପାଜୁ ତାଡପଙ୍ଗା ଗାଁରେ ଦେଖିବାକୁ ମିଳିଛି ।

ଗାଁର ଜଣେ ବୃଦ୍ଧ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ମେଡିକାଲ ନିଆଯାଇଥିଲା । ହେଲେ ବଣ ପାହାଡ ଘେରା ଅଞ୍ଚଳ ହୋଇଥିବା ବେଳେ ପାହାଡିଆ , ନାଳ ଅତିକ୍ରମ କରି ଚିକିତ୍ସା ପାଇଁ ବହୁ କଷ୍ଟରେ ମେଡିକାଲରେ ପହଞ୍ଚାଇଥିଲେ । ସେଠାରେ ବୃଦ୍ଧଙ୍କ ମୃତ୍ୟୁ ହୋଇଯାଇଥିଲା । ଶେଷରେ ପରିବାର ଲୋକେ ମହାପ୍ରୟାଣ ଗାଡିରେ ଆଣିଥିଲେ ମୃତଦେହ । ରାସ୍ତା ସମସ୍ୟା ଯୋଗୁ ଗାଡି ଅଧାରେ ଛାଡିଯାଇଥିଲା । ପରିବାର ଲୋକେ ପୁଣି ସେହି ନାଳ, ଖାଲଖମା ରାସ୍ତା ଦେଇ ପ୍ରାୟ ୫ କିଲୋମିଟର ପର୍ଯ୍ୟନ୍ତ ବୋହିନେଇଥିଲେ ମୃତଦେହ । ଗାଁରେ ପହଞ୍ଚିବା ପରେ ତାଙ୍କର ଅନ୍ତିମ ସଂସ୍କାର କରିଥିଲେ ।