ପ୍ରଧାନମନ୍ତ୍ରୀଙ୍କୁ ରାସାୟନିକ ଆକ୍ରମଣ କରିବେ ବୋଲି ଫୋନରେ ଧମକ ଦେଲେ ଯୁବକ : ଘଟଣା ଜଣାପଡିବା ପରେ ଯୁବକଙ୍କୁ ଗିରଫ କଲା ପୋଲିସ

260

କନକ ବ୍ୟୁରୋ : ୨୦୧୪ ମସିହା ସାଧାରଣ ନିର୍ବାଚନ ପରେ ବିଜେପି ଦେଶରେ ସଂଖ୍ୟା ଗରିଷ୍ଠତା ଦଳ ଭାବରେ ଉଭା ହୋଇଥିଲା । ତେବେ ମୋଦିଙ୍କୁ ପ୍ରଥମରୁ ହିଁ ଆକ୍ରମଣ କରିବା ଲାଗି ଅନେକ ଧମକ ଆସିଛି । ତେଣୁ ତାଙ୍କର ସୁରକ୍ଷାକୁ ଦୃଷ୍ଟିରେ  ରଖି ଅନେକ ପଦକ୍ଷେପ ସରକାର ନେଇଛନ୍ତି । ଏପରିକି ମୋଦିଙ୍କୁ ଦେଶର କୈାଣସି ମନ୍ତ୍ରୀ ଭେଟିବାକୁ ହେଲେ ସେମାନେ ପ୍ରଥମେ ସୁରକ୍ଷା କର୍ମୀଙ୍କ ପାଖରୁ ନିଜର ଯାଞ୍ଚ କରାଇନେବେ । ମୋଦି ଯେଉଁ ସ୍ଥାନକୁ ଗସ୍ତ କରୁଛନ୍ତି ସେଠାରେ ମଧ୍ୟ ଅନେକ ପ୍ରକାରର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉଥିବା ସୂଚନା ମିଳିଛି । ଦେଶର ପ୍ରଧାନମନ୍ତ୍ରୀଙ୍କୁ ଏପରି ପୁଣି ଥରେ ରାସାୟନିକ ଅସ୍ତ୍ର ବ୍ୟବହାର କରି ମାରିବା ଲାଗି ଧମକ ଦିଆଯାଇଛି । ତେଣୁ ମୋଦିଙ୍କ ସୁରକ୍ଷାକୁ ବଢାଇବା ସହ ସମସ୍ତ ସୁରକ୍ଷା କର୍ମୀଙ୍କୁ ଆଲର୍ଟ ରଖାଯାଇଥିବା ଏକ ବିଶେଷ ସୂତ୍ରରୁ ଖବର ମିଳିଛି ।

ତେବେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ରାସାୟନିକ ଆକ୍ରମଣ ଧମକ ଦେଇଥିବା ଅଭିଯୁକ୍ତକୁ ଏବେ ପୁଲିସ ଗିରଫ କରି ସାରିଛି। ସୂଚନାନୁଯାୟୀ ଅଭିଯୁକ୍ତ କାଶୀନାଥ ମଣ୍ଡଳ ସିକ୍ୟୁରିଟି ଗାର୍ଡ ଭାବେ କାର୍ଯ୍ୟ କରେ। ସେ କୌଣସି ଏକ ସୂତ୍ରରୁ ନୂଆଦିଲ୍ଲୀ ସ୍ଥିତ ଏନଏସଜି କଣ୍ଟ୍ରୋଲ୍ ରୁମ ନମ୍ବର ଯୋଗାଡ଼ କରି ଉକ୍ତ ନମ୍ବରରେ ଫୋନ୍ କରିଥିଲା ଏବଂ ପ୍ରଧାନମନ୍ତ୍ରୀଙ୍କ ଉପରେ ରାସାୟନିକ ଆକ୍ରମଣର ଧମକ ଦେଇଥିଲା। ଏହି ମାମଲାରେ ଦେଶର ସୁରକ୍ଷାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି । ଅନେକ ଥର ପ୍ରଧାନମନ୍ତ୍ରୀଙ୍କୁ ଆକ୍ରମଣ କରିବାର ଧମକ ମିଳୁଥିବାରୁ ଚିନ୍ତାରେ ମୋଦିଙ୍କୁ ସୁରକ୍ଷା ଦେଉଥବା କମାଣ୍ଡୋମାନେ । ତେବେ ଘଟଣା ଜଣାପଡିବା ପରେ ଦେଶର ସମସ୍ତ ନେତା ଘଟଣାକୁ ନିନ୍ଦା କରିବା ସହ ଧମକ ଦେଇଥିବା ଯୁବକଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି ।