ତହସିଲଦାରଙ୍କ ପାଇଁ ସହର ବନ୍ଦ: ଗଞ୍ଜାମର ବିବାଦୀୟ ତହସିଲଦାରଙ୍କ ବଦଳି ଦାବିରେ ୯ ଘଂଟିଆ ବନ୍ଦ ପାଳିଲେ ସହରବାସୀ 

186

କନକ ବ୍ୟୁରୋ: ତହସିଲଦାରଙ୍କ ପାଇଁ ସହର ବନ୍ଦ । ଗଞ୍ଜାମ ତହସିଲଦାରଙ୍କ ବଦଳିଦାବୀ ନେଇ ଗଞ୍ଜାମ ଏନଏସି ଓ ବ୍ଲକରେ ୯ ଘଂଟିଆ ବନ୍ଦ ପାଳନ କରିଛନ୍ତି ସହରବାସୀ । ଗଞ୍ଜାମ ତହସିଲଦାର ଗତ କିଛି ମାସ ହେବ ବିଭିନ୍ନ ବିବାଦ ଜଡିତ ରହିଥିବା ଅଭିଯୋଗ ଆଣିଛନ୍ତି ଲୋକେ ।  କୋଭିଡି ସମୟରେ ତହସିଲଦାର ଅରୁଣ ନାୟକ ଜଣେ ବ୍ୟକ୍ତିଙ୍କୁ  ଉଠ ବସ କରାଇଥିଲେ । ପରେ ରମ୍ଭାଥାନ ଅର୍ନ୍ତଗତ ସିକୁଳା ଗ୍ରାମରେ  ଜଣେ ଯୁବକଙ୍କୁ ମଡ଼ ମାରିବା ଗ୍ରାମବାସୀ ତହସିଲଦାରଙ୍କୁ ବହୁ ସମୟଧରି ଗ୍ରାମବାସୀ ଅଟକ ରଖିଥିଲେ ।

ଏହା ପରେ ତାରା ତାରୀଣି ଯାତ୍ରା ସମୟରେ ମଧ୍ୟ ବାଡ଼ିଧରି ଲୋକଙ୍କୁ ଧମକ ଦେିଥିଲେ । ପରେ ଗଞ୍ଜାମ ଏନଏସିରେ ଜଣେ ବରିଷ୍ଠ ଓକିଲଙ୍କୁ ଖରାପ ବ୍ୟବହାର କରିଥିଲେ  । ଏହିଭଳି ବିଭିନ୍ନ ବିବାଦରେ ରହିଥିବା ତହସିଲଦାରଙ୍କୁ ବଦଳି ପାଇଁ ଗ୍ରାମବାସୀ ଜିଲ୍ଲାପାଳଙ୍କୁ ନିକଟରେ ଦାବି କରିଥିଲେ । ହେଲେ ଜିଲ୍ଲାପାଳ କୌଣସି  ପଦକ୍ଷେପ  ନନେବାରୁ ଅଜି  ୯ ଘଂଟିଆ ବନ୍ଦ କରାଯାଇଛି । ସମସ୍ତ ଦୋକାନ ବଜାର ବନ୍ଦ କରିବା ସହ ବ୍ଲକ କାର୍ଯ୍ୟାଳୟର ମୁଖ୍ୟ ଫାଟକରେ ଧାରଣାରେ ବସି ରହିଥିଲେ ।