ପୁଣି ଆକ୍ସନ ମୋଡରେ ପ୍ରଧାନମନ୍ତ୍ରୀ । ୭ଟି ପ୍ରସଙ୍ଗରେ ବୈଠକ କରିବେ ମୋଦୀ । ଗ୍ରୀଷ୍ମପ୍ରବାହ ନେଇ କରିବେ ସମୀକ୍ଷା ।

611

କନକ ବ୍ୟୁରୋ: ଶେଷ ହେଇସାରିଛି ନିର୍ବାଚନ ପ୍ରଚାର, ଇଭିଏମରେ ସିଲ୍ ହେଇସାରିଛି ପ୍ରାର୍ଥୀଙ୍କ ଭାଗ୍ୟ । ଆଉ ପ୍ରଚାର ଅଭିଯାନ ଶେଷ ହେବା ପରେ ପୁଣିଥରେ ଆକ୍ସନ ମୋଡକୁ ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଜି ପ୍ରଧାନମନ୍ତ୍ରୀ ମାରାଥନ୍ ବୈଠକ କରିବା ନେଇ ସୂଚନା ମିଳିଛି । ମୋଦୀ ୭ଟି ପ୍ରସଙ୍ଗରେ ରବିବାର ବୈଠକ କରିବେ । ପ୍ରଥମେ ବାତ୍ୟା ପରବର୍ତ୍ତୀ ସ୍ଥିତି ନେଇ ସମୀକ୍ଷା କରିବା ସହିତ ଗ୍ରୀଷ୍ମପ୍ରବାହ ନେଇ ମଧ୍ୟ ସମୀକ୍ଷା ବୈଠକ କରିବେ ମୋଦୀ । ତା ସହିତ ବିଶ୍ୱ ପରିବେଶ ଦିବସ ପାଳନ ନେଇ ବୈଠକ, ୧୦୦ ଦିନର ରୋଡ୍ ମ୍ୟାପ୍ ନେଇ ମୋଦୀ ବୈଠକ କରିବେ । ନୂଆ ସରକାରରେ ୧୦୦ ଦିନର ଏଜେଣ୍ଡା ଉପରେ ବୈଠକ ହେବ ବୋଲି ସୂଚନା ମିଳିଛି ।