ଗୁଜରାଟରେ ବନ୍ୟା ପ୍ରଳୟ, ସେପଟେ ସ୍ଥିତିର ମୁକାବିଲା ପାଇଁ ଜରୁରୀ ବୈଠକ ଡକାଇଲେ ରାଜ୍ୟ ସରକାର

113

କନକ ବ୍ୟୁରୋ : ଗୁଜରାଟରେ ଦାଉ ସାଧୁଛି ବନ୍ୟା । ମୌସୁମୀ ବର୍ଷା ଆସୁ ଆସୁ ବେହାଲ ହେଲାଣି ରାଜ୍ୟର ସ୍ଥିତି । ନଦୀ ଗୁଡିକୁ ଦେଖିଲେ ଭୟ ଲାଗୁଛି । ବନ୍ୟା ପାଣିରେ ଉବୁଟୁବୁ ରାଜ୍ୟର ଅଧିକାଂଶ ନଦୀ । ବିଶେଷ କରି ଦକ୍ଷିଣ ଓ ପୂର୍ବ ଗୁଜରାଟରେ ସ୍ଥିତି ସଂଗୀନ ହେବାରେ ଲାଗିଛି । କେଉଁଠି ପୋଲ ଭୁୁଷୁଡିଯାଉଛି ତ ପୁଣି କେଉଁଠି ଘରଦ୍ୱାରା ବନ୍ୟା ପାଣିରେ ଫଶି ରହିଛି । ଗାଇଗୋରୁ ଧନଜୀବନ ସବୁ କିଛି ଭାସିଯାଇଛି ବନ୍ୟା ପାଣିରେ । ସେପଟେ ଭୁସ୍କଳନ ଯୋଗୁଁ ଘରଦ୍ୱାର ଭାଙ୍ଗି ମାଟିରେ ମିଣିଯାଇଛି ।

ନବସାରୀ, ଅହମଦାବାଦ, ଜାମନଗର, ଜୁନାଗଡ, ଗାନ୍ଧୀନଗର, କଚ୍ଛ ସବୁଠୁ ଅଧିକ ପ୍ରଭାବିତ ହୋଇଛି । ବନ୍ୟାରେ ଫଶି ରହିଥିବା ଲୋକଙ୍କୁ ସେନା ସାହାର୍ଯ୍ୟରେ ଉଦ୍ଧାର କରାଯାଉଛି । ରାଜ୍ୟର ବିଭିନ୍ନ ସ୍ଥାନରେ ଅସ୍ଥାୟୀ ଶିବିର ନିର୍ମାଣ କରାଯାଇ ବନ୍ୟା ବିପନ୍ନଙ୍କୁ ଥଇଥାନ କରାଯାଉଛି । ମଧ୍ୟ ବନ୍ୟା ବିଭିଷୀକା ଦେଖିବାକୁ ମିଳିଛି । ସେପଟେ ସ୍ଥିତିକୁ ଦେଖି ଆସନ୍ତା କିଛି ଦିନ ପାଇଁ ସମସ୍ତ ସ୍କୁଲ ବନ୍ଦ ରଖିବାକୁ କୁହାଯାଇଛି । ବନ୍ୟା ଆସିବା ସହ ରାଜ୍ୟକୁ ବିଶେଷ କ୍ଷୟକ୍ଷତି ସହ୍ୟ କରିବାକୁ ପଡୁଛି ।

ବନ୍ୟାରେ ଫଶି ରହିଥିବା ଲୋକଙ୍କୁ ଏନଡିଆରଏଫ ଟିମ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ଆଣୁଛି । ମୌସୁମୀ ଆସୁ ଆସୁ ବେହାଲ ହୋଇପଡିଛି ଗୁଜରାଟ । ସେପଟେ କେନ୍ଦ୍ର ପାଣିପାଗ ବିଭାଗ ସୂଚନା ଅନୁସାରେ ଆଗାମୀ ୪୮ ଘଂଟା ମଧ୍ୟରେ ବିହାର, ଝାରଖଣ୍ଡ, ପଶ୍ଚିମବଙ୍ଗରେ ଘଡଘଡି ସହ ବର୍ଷା ସମ୍ଭାବନା ରହିଛି ।