ଜନ୍ମଦିନରେ ରାଜନୀତି ! ଭୁବନେଶ୍ୱର ବାସଭବନରେ ୭୬ ତମ ଜନ୍ମଦିନ ପାଳିଲେ ମନ୍ତ୍ରୀ ଦାମୋଦର ରାଉତ । ବିଜୁ ପଟ୍ଟନାୟକଙ୍କୁ ପ୍ରଶଂସା, ମୋଦିଙ୍କୁ ଟାର୍ଗେଟ ।

25

କନକ ବ୍ୟୁରୋ : ବରିଷ୍ଠ ବିଜେଡି ନେତା ତଥା କୃଷିମନ୍ତ୍ରୀ ଦାମୋଦର ରାଉତ ଆଜି ୭୬ ତମ ଜନ୍ମଦିନ ପାଳନ କରିଛନ୍ତି । ଭୁବନେଶ୍ୱର ସ୍ଥିତ ତାଙ୍କ ବାସଭବନରେ ଶୁଭେଚ୍ଛୁମାନେ ଭେଟି ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ ମନ୍ତ୍ରୀଙ୍କୁ ଦୀର୍ଘାୟୁ କାମନା କରିଛନ୍ତି । ଏହି ଅବସରରେ ସେ ବିଜୁ ପଟ୍ଟନାୟକଙ୍କୁ ପ୍ରଶଂସା କରିବା ସହ ସାଧାରଣ ଜୀବନର ଅବକ୍ଷୟ ଘଟି ଚାଲିଛି ବୋଲି କହିଛନ୍ତି ।

ଏହା ଗଣତନ୍ତ୍ର ପାଇଁ ଭଲ ଲକ୍ଷଣ ନୁହେଁ ବୋଲି କହିଛନ୍ତି ଦାମୋଦର ରାଉତ । ଏଥିସହ ସେ ପରୋକ୍ଷରେ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରି କହିଛନ୍ତି, ସେ ଦଳ ପାଇଁ କାମ କରୁଛନ୍ତି । ଇଚ୍ଛାକୃତ ଭାବେ ଓଡିଶାବାସୀଙ୍କୁ ଧ୍ୱଂସ କରିଦେବାକୁ ପ୍ରଧାନମନ୍ତ୍ରୀ ଚାହାଁନ୍ତି ବୋଲି ମନ୍ତବ୍ୟ ଦେଇଛନ୍ତି ଦାମ ରାଉତ ।

ଗତ ତିନି ବର୍ଷ ହେଲା ଗଣତନ୍ତ୍ରକୁ ଦଳତନ୍ତ୍ରରେ ପରିଣତ କରିଛନ୍ତି ମୋଦି ବୋଲି ଦାମ ରାଉତ କହିଛନ୍ତି । ଅନ୍ୟପଟେ ଏହାର ଜବାବ ଦେଇ ବିଜେପି ରାଜ୍ୟ ସଭାପତି ବସନ୍ତା ପଣ୍ଡା କହିଛନ୍ତି ପ୍ରଧାନମନ୍ତ୍ରୀ ଭଳି ଏକ ବିଶ୍ୱସ୍ତରୀୟ ନେତାଙ୍କୁ ବଦନାମ କରୁଥିବା ଦାମଙ୍କୁ ଲୋକେ ଜବାବ ଦେବେ ।