ଗୋଧ୍ରାକାଣ୍ଡରେ ୮ଜଣ ଦୋଷୀଙ୍କୁ ଜାମିନକୁ ମଂଜୁରୀ କଲେ ସୁପ୍ରିମକୋର୍ଟ, ନରୋଦା ଗଣହତ୍ୟା ମାମଲାରେ ସମସ୍ତ ୬୭ଙ୍କୁ ଦୋଷମୁକ୍ତ କଲେ ଅହମଦାବଦ ସ୍ୱତନ୍ତ୍ର କୋର୍ଟ

83

କନକ ବ୍ୟୁରୋ : ବହୁ ଚର୍ଚ୍ଚିତ ଗୋଧ୍ରା ମାମଲାର ୮ଜଣ ଦୋଷୀଙ୍କୁ ମିଳିଛି ଜାମିନ । ଶୁକ୍ରବାର ୮ଜଣଙ୍କୁ ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିଛନ୍ତି । ୨୦୦୨ ମାମଲାରେ ୧୧ଜଣ ଅଭିଯୁକ୍ତଙ୍କୁ ଦୋଷୀ ପ୍ରମାଣ କରି ଆଜୀବନ କାରାଦଣ୍ଡ ସଜ୍ଜା ଶୁଣାଇଥିଲେ ତଳ କୋର୍ଟ । ୧୭ବର୍ଷ ଜେଲରେ ସଜ୍ଜା କାଟିବା ପରେ ୮ଜଣ ଦୋଷୀ ଦୋଷମୁକ୍ତ ହେବା ସହ ଜାମିନ ପାଇଛନ୍ତି । ୧୧ଜଣ ଦୋଷୀଙ୍କ ମଧ୍ୟରୁ ୮ଜଣଙ୍କୁ ଆଜୀବନ କାରାଦଣ୍ଡ ଓ ୩ଜଣଙ୍କୁ ଫାଶୀଦଣ୍ଡଦେଶ ଦେଇଥିଲେ ତଳ କୋର୍ଟ । ଫାଶୀଦଣ୍ଡ ପାଇଥିବା ୩ଜଣ ଦୋଷୀଙ୍କୁ କିନ୍ତୁ ଜାମିନ ମିଳିନି । ଏମାନଙ୍କୁ ତଳ କୋର୍ଟ ଫାଶୀଦଣ୍ଡ ଶୁଣାଇଲେ । କୋର୍ଟଙ୍କ ଫଇସଲା ବିରୋଧରେ ୩ଜଣ ଅହମଦାବାଦ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ପରେ ଏମାନଙ୍କ ସଜ୍ଜା ଫାଶୀଦଣ୍ଡରୁ ଆଜୀବନ କାରାଦଣ୍ଡରେ ବଦଳିଥିଲା । ଗୋଧ୍ରା କାଣ୍ଡରେ ୩୧ଜଣଙ୍କ ଅଭିଯୁକ୍ତ ଦୋଷୀ ପ୍ରମାଣିତ ହୋଇଥିଲେ । ୨୦୦୨ ମସିହାରେ ୫୯ ସେବକ ଯାତ୍ରା କରୁଥିବାବେଳେ ଟ୍ରେନର ବଗିରେ ନିଆଁ ଲଗାଯାଇଥିଲା । ଏହା ପରଠୁ ଗୁଜରାଟରେ ଭୟଙ୍କର ଦଙ୍ଗା ସୃଷ୍ଟି ହୋଇଥିଲା । ନରୋଦା ଗଣହତ୍ୟା ଘଟଣା ମଧ୍ୟ ପୂରା ଦେଶକୁ ଦୋହଲାଇ ଦେଇଥିଲା । ଘଟଣାର ୨୧ବର୍ଷ ପରେ ମାମଲାର ସମସ୍ତ ଦୋଷୀଙ୍କୁ ଦୋଷମୁକ୍ତ କରିଛନ୍ତି ଅହମଦାବାଦ ସ୍ୱତନ୍ତ୍ରକୋର୍ଟ । ୧୬ବର୍ଷ ପରେ ଦୋଷୀଙ୍କୁ ମିଳିଛି ଆଶ୍ୱସ୍ତି । ୮୬ଜଣ ଦୋଷୀ ଜେଲରେ ସଜ୍ଜା କାଟୁଥିବାବେଳେ ସେମାନଙ୍କ ମଧ୍ୟରୁ ୧୭ଜଣଙ୍କ ମୃତ୍ୟୁ ହୋଇସାରିଛି ।