ଟାଇମ୍ସ ଡିଗ୍ରୀ କଲେଜ ତରଫରୁ ୧୦ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ।

63

କନକବ୍ୟୁରୋ:ଚଳିତ ବର୍ଷ ୧୦ମ ତମ ଆନ୍ତର୍ଜାତୀୟ ଯୋଗ ଦିବସ ଟାଇମ୍ସ ଡିଗ୍ରୀ କଲେଜରେ ସମସ୍ତ ଛାତ୍ରଛାତ୍ରୀ ବୃନ୍ଦଙ୍କ ସହଯୋଗରେ ପାଳନ କରାଯାଇଅଛି। ଶ୍ରୀ ଉତ୍ତମ ପାଣିଗ୍ରାହୀ (ଅଧ୍ୟାପକ ରାଜନୀତି ବିଜ୍ଞାନ)ଙ୍କ ନେତୃତ୍ୱରେ ସମସ୍ତ ଛାତ୍ରଛାତ୍ରୀ ବୃନ୍ଦ ବିଭିନ୍ନ ଯୋଗ ଓ ବ୍ୟାୟାମ ପରିବେଷଣ କରିଥିଲେ। ଏହି ଅବସରରେ ମହାବିଦ୍ୟାଳୟର ନିର୍ଦ୍ଦେଶକ ଶୁଭାଶିଷ ତ୍ରିପାଠୀ, ଉପନିର୍ଦେଶକ ସ୍ନେହାଶିଷ ତ୍ରିପାଠୀ, ଅଧ୍ୟକ୍ଷା ସାଗରିକା ନାଗ ଏବଂ ମହାବିଦ୍ୟାଳୟର ଅନ୍ୟ ଅଧ୍ୟାପକ ଓ ଅଧ୍ୟାପିକା ଉପସ୍ଥିତ ରହି ଯୋଗାଭ୍ୟାସ କରିଥିଲେ। ଆନ୍ତରିକ ଚେତନା ଓ ମାନସିକ ସନ୍ତୁଳନରେ ଯୋଗ ର ପ୍ରମୁଖ ଭୂମିକା ବହନ କରିଥାଏ। ଚଳିତ ବର୍ଷ ଆନ୍ତର୍ଜାତୀୟ ଯୋଗ ଦିବସର ପ୍ରସଙ୍ଗ “ଆତ୍ମ ଏବଂ ସମାଜ ପାଇଁ ଯୋଗ””(yoga for self and society)  ରହିଥିବା ଯୋଗୁଁ ମହାବିଦ୍ୟାଳୟର ନିର୍ଦ୍ଦେଶକ ଏହି ବିଷୟରେ ଛାତ୍ରଛାତ୍ରୀଙ୍କ ମାର୍ଗଦର୍ଶନ କରି ସଭା ଶେଷ କରିଥିଲେ।