୩ବର୍ଷରେ ଦେଶରେ ନିଖୋଜ ଅଛନ୍ତି ୧୦ଲକ୍ଷରୁ ଅଧିକ ମହିଳା, ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ ରିପୋର୍ଟରେ ଖୁଲାସା

292

କନକ ବ୍ୟୁରୋ : ଦେଶର ମହିଳାଙ୍କୁ ନେଇ ଆସିଛି ଚାଂଚଲ୍ୟକର ତଥ୍ୟ । ୩ବର୍ଷ ଭିତରେ ଦେଶରୁ ୧୦ଲକ୍ଷରୁ ଅଧିକ ମହିଳା ନିଖୋଜ ଥିବା ନେଇ ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ ବା ଏନସିଆରବିର ଏକ ରିପୋର୍ଟ ପ୍ରକାଶ ପାଇଛି । ଏହି ତଥ୍ୟ ଆଧାରରେ ଗୃହମନ୍ତ୍ରାଳୟ କହିଛି ଯେ ୨୦୨୧ମହିହାରେ ୧୮ବର୍ଷ ବୟସରୁ ଅଧିକ ୩ଲକ୍ଷ ୭୫ ହଜାର ୮୮ଜଣ ମହିଳା ନିଖୋଜ ହୋଇଛନ୍ତି । ରିପୋର୍ଟ ଅନୁସାରେ ୨୦୨୯ରୁ ୨୧ ମଧ୍ୟରେ ୧୦ଲକ୍ଷରୁ ଅଧିକ ସଂଖ୍ୟକ ମହିଳା ନିଖୋଜ ଅଛନ୍ତି । ନିଖୋଜଙ୍କ ମଧ୍ୟରେ ଅଧିକାଂଶ ଅଛନ୍ତି ମହାରାଷ୍ଟ୍ର୍ର ଓ ମଧ୍ୟପ୍ରଦେଶରୁ ଅଛନ୍ତି । ପରେ ରହିଛି ପଶ୍ଚିମବଙ୍ଗ । ନିଖୋଜଙ୍କ ମଧ୍ୟରୁ ପାଖାପାଖି ୮ଲକ୍ଷ ମହିଳା ଥିବାବେଳେ ୨ଲକ୍ଷରୁ ଅଧିକ ନାବାଳିକା ରହିଛନ୍ତି