ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ ଉପରେ ସାମ୍ନାକୁ ଆସୁଛି ବିଭିନ୍ନ ଆକଳନ । ରାଜନୀତି ପଣ୍ଡିତଙ୍କ ମତରେ ଅନାସ୍ଥା ପ୍ରସ୍ତାବରେ ପରାଜିତ ହୋଇପାରନ୍ତି ବିରୋଧ

3,766

କନକ ବ୍ୟୁରୋ : ମଣିପୁର ପ୍ରସଙ୍ଗ ଉଠାଇ କେନ୍ଦ୍ର ସରକାରଙ୍କ ବିରୋଧରେ ବିରୋଧୀ ଅନାସ୍ଥା ପ୍ରସ୍ତାବ ଆଣିବା ପରେ ରାଜନୈତିକ ମାହୋଲରେ ଉଷ୍ମତା ଦେଖାଦେଇଛି । ସେପଟେ ବିରୋଧୀ ଓ ଶାସକଙ୍କ ମଧ୍ୟରେ ଲାଭକ୍ଷତିକୁ ନେଇ ରାଜନୀତି ବିଶାରଦମାନେ ଭିନ୍ନ ଭିନ୍ନ ଆକଳନ କରିଦେଇଛନ୍ତି । ଅଧିକାଂଶ ଆକଳନ କହୁଛି ଅନାସ୍ଥା ପ୍ରସ୍ତାବରେ ବିରୋଧୀ ହାରିବା ଏକପ୍ରକାର ସୁନିଶ୍ଚିତ । କାରଣ ବିଜେପି ନେତୃତ୍ୱଧୀନ ଏନଡିଏ ସମର୍ଥନରେ ବର୍ତମାନ ଲୋକସଭା ସାଂସଦଙ୍କ ସଂଖ୍ୟା ୩୩୨ ରହିଥିବାବେଳେ ବିରୋଧୀମେଂଟ ସାଂସଦଙ୍କ ସଂଖ୍ୟା ୧୪୧ରହିଛି । ଆସନ୍ତୁ ନଜର ପକାଇବା ସଂସଦର ଆସନ ଗଣିତ ଉପରେ:

ସଂସଦରେ ଆସନ ଗଣିତ
ଏନଡିଏ—୩୧୬

ବିଜେପି-୩୦୧
ଏଲଜେଏସପି—୬
ଏଡି(ଏସ)-୨
ଅନ୍ୟ ସହଯୋଗୀ-୭

ଆଇ.ଏନ.ଡି.ଆଇ.ଏ—୧୩୨

କଂଗ୍ରେସ-୫୦
ଡିଏମକେ-୨୪
ଏଆଇଟିସି-୨୩
ଜେଡିୟୁ- ୧୬
ଅନ୍ୟ ସହଯୋଗୀ-୧୯
————-
ନିରପେକ୍ଷ—୬୬

ୱାଇଏସଆରସିପି–୨୨
ବିଜେଡି-୧୨
ବିଏସପି-୯
ଟିଆରଏସ-୯
ଟିଡିପି-୩
ଅନ୍ୟାନ୍ୟ-୧୧

ଆସନ୍ତୁ ଜାଣିବା—ଅନାସ୍ଥା ପ୍ରସ୍ତାବ କ’ଣ?
ଲୋକସଭାରେ ସଂଖ୍ୟା ଗରିଷ୍ଠତା ହାସଲ କରିଥିବା ଦଳ ଦେଶରେ ଶାସନ କ୍ଷମତା ହାସଲ କରିଥାଏ । ମାତ୍ର ଶାସକ ଦଳକୁ କ୍ଷମତାଚ୍ୟୁତ କରିବା ପାଇଁ ବିରୋଧୀ ଦଳ ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଆଣିଥାଏ । ଅତିକମରେ ୫୦ଜଣ ସାଂସଦ ଏହି ପ୍ରସ୍ତାବକୁ ସମର୍ଥନ ଜଣାଇଲେ ଏହା ଉପରେ ବିଚାର କରାଯାଏ । ପରେ ଅନାସ୍ଥା ଭୋଟ ହୁଏ ଓ ପ୍ରସ୍ତାବ ସପକ୍ଷରେ ଅଧିକ ଭୋଟ ଆସିଲେ ସରକାର ଗାଦିଚ୍ୟୁତ ହେବା ସମ୍ଭାବନା ରହିଥାଏ ।

୧୯୬୨ରୁ ଏବେ ସୁଦ୍ଧାର ମୋଟ ୨୬ଥର ଅନାସ୍ଥା ପ୍ରସ୍ତାବ ଗୃହରେ ଆଗତ ହୋଇସାରିଛି । ସ୍ୱର୍ଗତ ଇନ୍ଦିରା ଗାନ୍ଧୀଙ୍କ ସମୟରେ ସବୁଠୁ ଅଧିକ ଅନାସ୍ଥା ପ୍ରସ୍ତାବ ଆସିଥିଲା । ମୋଟ ୧୫ଟି ଅନାସ୍ଥା ପ୍ରସ୍ତାବର ସମ୍ମୁଖୀନ ହୋଇଥିଲେ ତତକାଳୀନ ଇନ୍ଦିରା ସରକାର ।ଏକଥା ମଧ୍ୟ କୁହାଯାଉଛି କି ଅନାସ୍ଥା ଭୋଟରେ ହାରିବା ଯେ ସୁନିଶ୍ଚିତ ଏକଥା ବିରୋଧୀ ମେଂଟ ଇଣ୍ଡିଆ ଜାଣିଛି । ଏହି ହାର ନୂଆ ମେଂଟକୁ ସଶକ୍ତ କରିବା ବଦଳରେ ଦୁର୍ବଳ କରିପାରେ । ବିରୋଧୀ କିମ୍ବା ଏନଡିଏ ମେଂଟ ସହିତ ସହିତ ଆଂଚଳିକ ଦଳ ବିଜେଡି, ୟାଇଏସଆର କଂଗ୍ରେସ ନଥିଲେ ମଧ୍ୟ ବିଭିନ୍ନ ସମୟରେ ମୋଦି ସରକାରଙ୍କୁ ପରୋକ୍ଷ ସମର୍ଥନ ଦେଇ ଆସିଛନ୍ତି । ତେଣୁ ଏହି ଅନାସ୍ଥା ପ୍ରସ୍ତାବ ବିଜୟ ଲାଭ କରିବା ବିରୋଧୀଙ୍କ ପାଇଁ ଏକପ୍ରକାର ଅସମ୍ଭବ ।