ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଉଡିଗଲା ଯାତ୍ରୀବାହୀ ବୋଲେରୋ : ଛତିଶଗଡ ଦାନ୍ତେୱାଡାରେ ନକ୍ସଲଙ୍କ ବିସ୍ଫୋରଣରେ ଜଣେ ମୃତ, ୯ଆହତ

256

କନକ ବ୍ୟୁରୋ : ବିସ୍ଫୋରଣରେ ଉଡ଼ିଲା ଯାତ୍ରୀବାହୀ ବୋଲେରୋ । ଛତିଶଗଡ଼ ସୁକୁମା ଜିଲ୍ଲା ମାଲେୱାଢ଼ି ଥାନା ଅନ୍ତର୍ଗତ ଘୋଟିଆ ଘାଟି ଠାରେ ବୋଲେରୋ କାରଟି ଏହି ବିସ୍ଫୋରଣର ଶିକାର ହୋଇଥିବା ଜଣାପଡ଼ିଛି । ବିସ୍ଫୋରଣରେ ଜଣେ ପ୍ରାଣ ହରାଇଥିବା ବେଳେ ୯ ଜଣ ଆହତ ହୋଇଛନ୍ତି ।

ଆହତଙ୍କ ମଧ୍ୟରେ ଜଣଙ୍କର ଅବସ୍ଥା ସଂକଟାପନ୍ନ ଥିବା ବେଳେ ଘଟଣା ସ୍ଥଳରେ ଖୋଦ ଦାନ୍ତେୱାଡ ଏସପି ପହଂଚି ସମସ୍ତଙ୍କୁ ଉଦ୍ଧାର କରି ଦାନ୍ତେୱାଡା ଡାକ୍ତରଖାନାକୁ ପଠାଇଛନ୍ତି । ଜଣଙ୍କ ଅବସ୍ଥା ଏବେବି ସଂକଟାପନ୍ନ ଥିବା ବେଳେ ୯ଜଣ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି । ସେପଟେ ବୋଲେରୋ ଗାଡିଟି ସମ୍ପୁର୍ଣ୍ଣ ନଷ୍ଟ ହୋଇ ଯାଇଥିବା ବେଳେ ମାଓବାଦୀଙ୍କ ଏହି ବର୍ବର କାଣ୍ଡକୁ ନିନ୍ଦା କରିଛନ୍ତି ଦାନ୍ତେୱାଡା ଏସପି ଅଭିଷେକ ପଲ୍ଲଭ ।