ରାଜନୀତି ଇତିହାସରେ ପ୍ରଥମ । ଆପ ଦଳକୁ ଅଭିଯୁକ୍ତ ଦର୍ଶାଇବ ତଦନ୍ତକାରୀ ସଂସ୍ଥା । ମଦ ଦୁର୍ନୀତି ମାମଲାରେ କୋର୍ଟରେ ଇଡିର ସୂଚନା ।

92

କନକବ୍ୟୁରୋ : ଆପ୍ ନେତ୍ରୀ ତଥା ରାଜ୍ୟସଭା ସାଂସଦ ସ୍ୱାତି ମାଲିୱାଲ ଆଣିଥିବା ଅସଦାଚରଣ ଅଭିଯୋଗକୁ ନେଇ ସ୍ପଷ୍ଟିକରଣ କରିଛି ଆମ୍ ଆଦମୀ ପାର୍ଟି । ଆପ୍ ରାଜ୍ୟସଭା ସାଂସଦ ସଞ୍ଜୟ ସିଂ ଏକ ସାମ୍ବାଦିକ ସମ୍ମୀଳନୀରେ ଏହି ଘଟଣାକୁ ସ୍ୱୀକାର କରି କହିଛନ୍ତି, ଗତକାଲି ଏକ ନିନ୍ଦନୀୟ ଘଟଣା ଘଟିଛି,

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଭେଟିବାକୁ ଆସିଥିବା ସ୍ୱାତି ମାଲିୱାଲଙ୍କୁ ବୈଭବ କୁମାର ଦୁର୍ବ୍ୟବହାର କରିଛନ୍ତି । ମୁଖ୍ୟମନ୍ତ୍ରୀ ଏହି ଘଟଣାକୁ ଗମ୍ଭୀରତା ସହ ନେଇଛନ୍ତି ଏବଂ ଉଚିତ୍ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ସେ କହିଛନ୍ତି । ଅନ୍ୟପଟେ ଦିଲ୍ଲୀ ବିଜେପି ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଇସ୍ତଫା ଦାବି କରିଛି ।