ନୀଳାଦ୍ରି ବିଜେ ବିଶୃଙ୍ଖଳା ଓ ସାମ୍ବାଦିକଙ୍କୁ ମାଡ ଘଟଣା : ୬ ସେବାୟତଙ୍କୁ ଗିରଫ କଲା ପୋଲିସ

27

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ନୀଳାଦ୍ରି ବିଜେ ସମୟରେ ବିଶୃଙ୍ଖଳା ଓ ସାମ୍ବାଦିକଙ୍କୁ ମାଡ ଘଟଣାରେ ୬ଜଣ ସେବାୟତଙ୍କୁ ଗିରଫ କରିଛି ପୁରୀ ପୋଲିସ । ଏମାନେ ହେଲେ ମଦନ ଖୁଂଟିଆ, ବାବୁ ଖୁଂଟିଆ, ବାବନ ଖୁଂଟିଆ, ଶଙ୍କର ପଲଙ୍କଧାରୀ, ବିପିନ ପତ୍ରୀ ଓ ପୁପୁନ ମହାପାତ୍ର । ପୁରୀ ଏସପି ସାର୍ଥକ ଷଡଙ୍ଗୀଙ୍କ ସୂଚନା ଅନୁସାରେ ଏମାନଙ୍କୁ ଆଜି କୋର୍ଟ ଚାଲାଣ କରାଯିବ । ରବିବାର ମହାପ୍ରଭୁଙ୍କ ନୀଳାଦ୍ରି ବିଜେ ସମୟରେ ପ୍ରଶାସନର କଟକଣା ନମାନି ରଥ ଉପରେ ଚଢିଥିଲେ କେତେକ ସେବାୟତ ପରିବାର ସଦସ୍ୟ । ଏହାକୁ ନେଇ ପ୍ରଶାସନ ସହ ମୁହାଁମୁହିଁ ହୋଇଥିଲେ ସେବାୟତ । ଫଳରେ ମହାପ୍ରଭୁ ସୁଦର୍ଶନଙ୍କ ପହଣ୍ଡି ବିଳମ୍ବିତ ହୋଇଥିଲା । ପରେ ସାମ୍ବାଦିକମାନଙ୍କୁ ମଧ୍ୟ ଆକ୍ରମଣ କରିଥିଲେ ସେବାୟତ । ଏହି ପ୍ରସଙ୍ଗରେ ଥାନାରେ ପୃଥକ ପୃଥକ ମାମଲା ହୋଇଥିବାବେଳେ ପୋଲିସ ପ୍ରାଥମିକ କାର୍ଯ୍ୟାନୁଷ୍ଠାନ ନେଇଛି।