ହଇଜା ଫାଶରେ ରାୟଗଡା ଜିଲ୍ଲା

75

ରାୟଗଡା : ପୁଣି ହଇଜା ଫାଶରେ ରାୟଗଡା ଜିଲ୍ଲା । କଲ୍ୟାଣସିଂହପୁର ବ୍ଲକର ୫ ଟି ପଂଚାୟତରେ ମାରାତ୍ମକ ହଇଜା ନେଇଛି ୫ ଜଣଙ୍କ ଜୀବନ । ୩୦ ରୁ ଅଧିକ ଆକ୍ରାନ୍ତ ଏବେ ରାୟଗଡା ମେଡିିକାଲରେ ଚିକିତ୍ସିତ ହେଉଛନ୍ତି । ତେବେ ସ୍ୱାସ୍ଥ୍ୟମନ୍ତ୍ରୀ ରାୟଗଡାରେ ପହଂଚି ସ୍ଥିତି ଅନୁଧ୍ୟାନ କରିବା ସହ ୨୪ ଘଂଟିଆ ସ୍ୱାସ୍ଥ୍ୟ ସେବା ଯୋଗାଇଦେବାକୁ ନିର୍ଦେଶ ଦେଇଛନ୍ତି।

ସେପଟେ କଲ୍ୟାଣସିଂହପୁରର ହଇଜା ଆକ୍ରନ୍ତଙ୍କ କିଛି ନମୁନା ଆସି ପହଂଚିଛି ଭୁବନେଶ୍ୱରସ୍ଥିତ ରିଜିଓନାଲ୍ ମେଡିକାଲ୍ ରିସର୍ଚ୍ଚ ସେଂଟରରେ । ପରୀକ୍ଷା ପରେ ଜଣା ପଡିଛି ହଇଜା ତାର ସ୍ଥିତି ଜାହିର୍ କରି ସାରିଛି ରାୟଗଡା ଅଂଚଳରେ । ଆକ୍ରାନ୍ତଙ୍କୁ ତୁରନ୍ତ ଚିକିତ୍ସା ସହ କେମିତି ହଇଜାକୁ ନିୟନ୍ତ୍ରଣ କରିହେବ ସେନେଇ ଟିପ୍ସ ଦେଇଛନ୍ତି ଆରଏମଆରସିର ନିର୍ଦେଶିକା ।

୨୦୧୧ ମସିହାରେ ରାୟଗଡା ଜିଲ୍ଲାରେ ୧୧ଜଣଙ୍କ ଜୀବନ ନେଇଥିଲା ହଇଜା । ପୁଣି ୨୦୧୩ରେ ସୃଷ୍ଟି ହୋଇଥିଲା ହଇଜା ଆତଙ୍କ । ଏବେ ପୁଣି ଏହି ମାରାତ୍ମକ ବୀଜାଣୁ ପାହାଡି ମଣିଷଙ୍କୁ ଥରାଇ ଦେଇଛି ।