ଓଡିଶାରେ ମହାମହିମ କୋବିନ୍ଦ ! କଟକ ଆନନ୍ଦ ଭବନ କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

83

କନକ ବ୍ୟୁରୋ: ଓଡିଶାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଦିଲ୍ଲୀରୁ ଏକ ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ନିର୍ଦ୍ଧିଷ୍ଟ ସମୟ ପୂର୍ବରୁ ପହଂଚିଛନ୍ତି ରାଷ୍ଟ୍ରପତି । ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟପାଳ ଏସସି ଜମିର । ଏହାପରେ ବିମାନବନ୍ଦରରେ ମହାମହିମଙ୍କୁ ଗାର୍ଡ ଅଫ ଅନର ଦିଆଯାଇଥିଲା । ଏହାପରେ ବିମାନବନ୍ଦରରୁ ସେ କଡା ସୁରକ୍ଷା ବଳୟରେ ସଡ଼କ ପଥରେ ସିଧାସଳଖ କଟକ ଯାଇଛନ୍ତି । କଟକ ଓଡିଆ ବଜାର ସ୍ଥିତ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ ପରିଦର୍ଶନ କରିଛନ୍ତି ରାମନାଥ କୋବିନ୍ଦ । ନେତାଜୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଛନ୍ତି ରାଷ୍ଟ୍ରପତି । ସେଠାରୁ ଆନନ୍ଦ ଭବନ ଯାଇ, ଆନନ୍ଦ ଭବନ ସଂଗ୍ରହାଳୟ ଓ ଜ୍ଞାନ କେନ୍ଦ୍ରକୁ ଜାତି ଉର୍ଦେଶ୍ୟରେ ଉତ୍ସର୍ଗ କରିବେ ରାଷ୍ଟ୍ରପତି । ଅପରାହ୍ନରେ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ଦିବସରେ ଅଭିଭାଷଣ ଦେବା କାର୍ଯ୍ୟକ୍ରମ ରହିଛି । ସେଠାରୁ ହେଲିକପ୍ଟର ଯୋଗେ ପୁରୀ ବାହାରିଯିବେ । ପୁରୀରେ ସର୍କିଟ୍ ହାଉସରେ ଆଜି ରାତ୍ରୀ ଯାପନ କରିରେ ରାଷ୍ଟ୍ରପତି । ଗସ୍ତର ଦ୍ୱିତୀୟ ଦିନରେ ଶ୍ରୀମନ୍ଦିର ଯାଇ ପୂର୍ଚ୍ଚାଚନା ପରେ ଡିମ୍ଡି ବିଶ୍ୱବିଦ୍ୟାଳୟର ଉତ୍ସବରେ ଯୋଗଦେବେ । ସେଠାରୁ ଭୁବନେଶ୍ୱର ଆସି ଅପରାହ୍ନରେ ଆଇଆଇଟିର ସମାବର୍ତନ ଉତ୍ସବରେ ସାମିଲ ହେବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ।

ଅପରାହ୍ନରେ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ଦିବସରେ ଅଭିଭାଷଣ କରିବାର କାର୍ଯ୍ୟକ୍ରମ ରହିଛି । ସେଠାରୁ ହେଲିକପ୍ଟର ଯୋଗେ ପୁରୀ ବାହାରିଯିବେ । ପୁରୀରେ ସର୍କିଟ୍ ହାଉସରେ ଯାତ୍ରୀ ଯାପନ କରିରେ ରାଷ୍ଟ୍ରପତି । ଗସ୍ତର ଦ୍ୱିତୀୟ ଦିନରେ ଶ୍ରୀମନ୍ଦିର ଯାଇ ପୂର୍ଚ୍ଚାଚନା ପରେ ଡିମଡି ବିଶ୍ୱବିଦ୍ୟାଳୟର ଉତ୍ସବରେ ଯୋଗଦେବେ । ସେଠାରୁ ଭୁବନେଶ୍ୱର ଆସି ଅପରାହ୍ନରେ ଆଇଆଇଟିର ସମାବର୍ତନ ଉତ୍ସବରେ ସାମିଲ ହେବେ ।

ଏଠାରେ ଆମେ କହି ରଖୁଛୁ କି, ବିମାନବନ୍ଦରରୁ ରାଷ୍ଟ୍ରପତି ସଡ଼କ ପଥରେ ସିଧାସଳଖ କଟକ ଯାଇ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ ପରିଦର୍ଶନ କରିବେ । ୧୧ଟା ୪୫ରେ ଓଡିଆ ବଜାରସ୍ଥିତ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ସଂଗ୍ରହାଳୟ ଯିବେ । ସେଠାରେ ସେ ୧୨ଟା ୧୦ ଯାଏଁ ରହିବେ । ସେଠାରୁ ଆନନ୍ଦ ଭବନ ଯାଇ, ଆନନ୍ଦ ଭବନ ସଂଗ୍ରହାଳୟ ଓ ଜ୍ଞାନ କେନ୍ଦ୍ରକୁ ଜାତି ଉଦେଶ୍ୟରେ ଉତ୍ସର୍ଗ କରିବେ । କଟକ ତୁଳସୀପୁର ଅଂଚଳରେ ଥିବା ଆନନ୍ଦ ଭବନକୁ ନିର୍ମାଣ କରିଥିଲେ ବିଜୁ ପଟ୍ଟନାୟକଙ୍କ ପିତା ଲକ୍ଷ୍ମୀନାରାୟଣ ପଟ୍ଟନାୟକ । ହେଲେ ଏବେ ଯେଉଁ ଆନନ୍ଦ ଭବନ କୋଠା ରହିଛି ତାହା ୧୯୩୧ ମସିହାରେ ନିର୍ମିତ ହୋଇଥିଲା । ଏହି ଆନନ୍ଦ ଭବନ ଆଗାମୀ ପୀଢି ପାଇଁ ଏବେ ଏକ ଦର୍ଶନୀୟ ଓ ସ୍ମୃତି ପୀଠ ହେବାକୁ ଯାଉଛି । ବର୍ତମାନ ଆନନ୍ଦଭବନର ୪ଟି ବଖରାକୁ ଲୋକଙ୍କ ପରିଦର୍ଶନ ପାଇଁ ପ୍ରସ୍ତୁତ କରାଯାଇଛି ।

ବିଜୁ ବାବୁ ୧୯୧୬ ମସିହାରେ ଜନ୍ମ ହେବା ପରେ ୧୮ ବର୍ଷ କାଳ ପିତାଙ୍କ ତତ୍ୱାବଧାନରେ ଆନନ୍ଦ ଭବନରେ ରହିଥିଲେ । ଏଠାରେ ତାଙ୍କର ବହୁବିଧ ବ୍ୟକ୍ତିତ୍ୱ ବିକଶିତ ହୋଇଥିଲା । ଖେଳକୁଦର ପାରଦର୍ଶିତା ଲାଭ କରି ୩ଥର ରେଭେନ୍ସା କଲେଜର ଚାଂପିୟନ ହୋଇଥିଲେ ବିଜୟାନନ୍ଦ ପଟ୍ଟନାୟକ । ୧୯୩୨ ମସିହାରେ ରେଭେନ୍ସାରଛାତ୍ର ଥିବା ବେଳେ ବିଜୁ ବାବୁ କିଛି ସାଥୀଙ୍କ ସହ ପେଶାୱାରକୁ ସାଇକେଲରେ ଯାଇଥିଲେ । ତିନି ହଜାର ୫ଶହ କିଲୋମିଟରର ଏହି ଦୁଃସାହାସିକ ସାଇକଲେ ଯାତ୍ରାକୁ ନେଇ ପରେ ସେ ବୁଲାନିଶା ଶିର୍ଷକରେ ଏକ ଲେଖା ଉକ୍ରଳ ସାହିତ୍ୟ ପତ୍ରିକାରେ ଛପାଇଥିଲେ । ୧୯୩୪ ମସିହାରେ ପୁରୀରୁ ଭଦ୍ରକ ଯାଏଁ ‘ହରିଜନ ପଦଯାତ୍ରା’ରେ ବାହାରିଥିବା ଗାନ୍ଧୀଜିଙ୍କୁ ଭେଟିଥିଲେ ବିଜୁ ପଟ୍ଟନାୟକ । ୧୯୬୦ ମସିହା ଅକ୍ଟୋବର ୨ ତାରିଖରେ ବିଜୁବାବୁ ପ୍ରତିଷ୍ଠା କରିଥିଲେ କଳିଙ୍ଗ ଖବର କାଗଜ । ଏହି ସମ୍ବାଦପତ୍ର ୧୯୭୧ ମସିହା ପର୍ଯ୍ୟନ୍ତ ଚାଲିଥିଲା । ୧୯୬୩ ମସିହାରେ ତକ୍ରାଳିନ ପ୍ରଧାନମନ୍ତ୍ରୀ ବିଜୁ ବାବୁଙ୍କୁ ଆମେରିକା ପଠାଇଥିଲେ । କେନେଡି ଶାସନକୁ ପ୍ରଭାବିତ କରି ସାମରିକ ସାହାଯ୍ୟ ଆଣିବା ପାଇଁ ତାଙ୍କୁ ପଠାଯାଇଥିଲା । ଆଉ ଆମେରିକାରେ ବିଜୁ ବାବୁ ଭାରତର ପରବର୍ତି ପ୍ରତିରକ୍ଷା ମନ୍ତ୍ରୀ ବୋଲି ଯୋର ଧରିଥିଲା ଚର୍ଚ୍ଚା । ଏହାକୁ ନେଇ ୱାଂଶିଟନ ପୋଷ୍ଟ ଲେଖିଥିଲା କଟକ ଠାରୁ ଦିଲ୍ଲୀ ବେଶି ବାଟ ନୁହେଁ ।