ନୂଆବର୍ଷରେ ରେକର୍ଡ କଲା ନନ୍ଦନକାନନ! ଗୋଟିଏ ଦିନରେ ପ୍ରାଣୀ ଉଦ୍ୟାନ ବୁଲିଲେ ୫୦ ହଜାର ପର୍ଯଟକ

60

ଭୁବନେଶ୍ୱର ବ୍ୟୁରୋ ,କନକ ନ୍ୟୁଜ୍ : ନୂଆବର୍ଷରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଦେଖିବାକୁ ମିଳିଛି ପ୍ରବଳ ଭିଡ । କୁହୁଡିଆ ପାଗ ସତ୍ୱେ ପ୍ରାଣୀ ଉଦ୍ୟାନର ଟିକେଟ୍ କାଉଂଟରରେ ଧାଡିରେ ଠିଆ ହୋଇଥିଲେ ହଜାର ହଜାର ପର୍ଯ୍ୟଟକ ।

ଅନ୍ୟପଟେ, ପ୍ରଥମ ଥର ନନ୍ଦନକାନନର ଟିକେଟ୍ ଅନଲାଇନରେ ମିଳିଛି । ବେଶ୍ କିଛି ପର୍ଯ୍ୟଟକ ଅନଲାଇନ୍ ଟିକେଟ୍ କରିଥିବା ଦେଖିବାକୁ ମିଳିଛି । ଦିନ ବଢିବା ସହ ନନ୍ଦନକାନନ ମୁଖ୍ୟ ଫାଟକ ନିକଟରେ ଭିଡ ବଢି ବଢି ଚାଲିଥିଲା । ହିସାବ ଅନୁସାରେ ଗତ ୫୭ ବର୍ଷରେ ଗୋଟିଏ ଦିନରେ ସର୍ବାଧିକ ପର୍ଯ୍ୟଟକ ବୁଲିଛନ୍ତି ଏହି ପ୍ରାଣୀ ଉଦ୍ୟାନରେ ।

ଆଜି ୫୦ ହଜାର ୬୪୮ ଜଣ ପର୍ଯ୍ୟଟକ ନନ୍ଦନକାନନ ବୁଲିଥିବା ବେଳେ ୧୧ଲକ୍ଷ ୩୨ହଜାର ୭୪୬ ଟଙ୍କା ଆଦାୟ ହୋଇଛି । ପର୍ଯ୍ୟଟକମାନେ ଉଦ୍ୟାନରେ ବାଘ, ଭାଲୁ, ଜିରାଫ୍ ସମେତ ନାନା ଜାତିର ଜୀବଜନ୍ତୁ ଦେଖିବା ସହ ବୋଟିଂର ମଜ୍ଜା ନେଇଛନ୍ତି ।

ଏହା ସହ ଦେଖନ୍ତୁ ଏହି ଭିଡିଓ-