ଭୁବନେଶ୍ୱର: ପଟିଆ ଅଂଚଳରେ ଥିବା ବିସ୍କୁଟ କାରଖାନାରେ ଭୟାବହ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ

30

କନକ ବ୍ୟୁରୋ: ଭୁବନେଶ୍ୱର ଇନଫୋସିଟି ଅଂଚଳରେ ଥିବା ଏକ ବିସ୍କୁଟ କାରଖାନାରେ ନିଆଁ । ପଟିଆ ଅଂଚଳରେ ଥିବା ବିସ୍କୁଟ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ନିଆଁ ଲିଭା କାର୍ଯ୍ୟରେ ୧୦ରୁ ଅଧିକ ଦମକଳ ବାହିନୀ ନିୟୋଜିତ ହୋଇଛି । ଉଦ୍ଧାରକାର୍ଯ୍ୟରେ ଏନଡିଆରଏଫ୍ ଓ ଓଡ୍ରାଫ୍ ଟିମ୍ ନିୟୋଜିତ ହୋଇଛନ୍ତି ।

ତେବେ ଏବେ ବି ନିଆଁକୁ ଆୟତ କରାଯାଇପାରିନି । କାରଖାନା ଅଂଚଳର ସ୍ଥାନୀୟ ଲୋକଙ୍କ ସୂଚନା ଅନୁଯାୟୀ ବିଳମ୍ବିତ ରାତିରେ ନିଆଁ ଲାଗିଛି । ନିଆଁ ଲାଗିବାର କାରଣ ଜଣାପଡିନାହିଁ । ଉଦ୍ଧାରକାରୀ ଦଳ କହିଛନ୍ତି କି ପ୍ରଥମେ ନିଆଁକୁ ଆୟତ୍ତ କରିବା ସହ ଉଦ୍ଧାର କାର୍ଯ୍ୟକୁ ଗୁରୁତ୍ୱ ଦିଆଯାଉଛି । ତେଣୁ ବର୍ତ୍ତମାନ ସୁଦ୍ଧା ଅଗ୍ନିକାଣ୍ଡର କାରଣ ସମ୍ପର୍କରେ କୋ÷ଣସି ଖୋଳତାଡ଼ କରାଯାଇନାହିଁ ।

ଏହା ସହ ଦେଖନ୍ତୁ ଏହି ଭିଡିଓ –