ଫୁଲବାଣୀରେ ପୁଣି ମାତିଲେ ମାଓବାଦୀ । ରାସ୍ତାକାମକୁ ବିରୋଧ କରି ଜାଳିଦେଲେ ଠିକା କ୍ୟାମ୍ପରେ ଥିବା ଗାଡି

ଛାଡିଗଲେ ମାଓପୋଷ୍ଟର

86

କନକ ବ୍ୟୁରୋ: ଫୁଲବାଣୀ ସଦର ଥାନା ଅନ୍ତର୍ଗତ ସୁତ୍ରୁକମ୍ପା ପଂଚାୟତ ମାଦିକୁଲାଠାରେ ମାଓବାଦୀମାନେ ବ୍ୟାପକ ପୋଡାଜଳା କରିଛନ୍ତି । ଏକ ଠିକାଦାର କ୍ୟାମ୍ପ୍‌ ଉପରେ ମାଓବାଦୀମାନେ ଚଢ଼ାଉ କରି ରାତ୍ରୀ ଜଗୁଆଳଙ୍କୁ ହତ୍ୟା କରିବା ସହ ୩ଟି ଗାଡି ପୋଡିଦେଇଛନ୍ତି ମାଓବାଦୀ ।

ସୁଡୁରୁକୁମ୍ପା ଏନକାଂଉଟର ପ୍ରତିବାଦ ଜଣାଇ ମାଓବାଦୀମାନେ ଏହି ଲଙ୍କାକାଣ୍ଡ କରିଛନ୍ତି । ଘଟଣାସ୍ଥଳରେ  ମାଓବାଦୀମାନେ ମାଓପୋଷ୍ଟର ବି ମାରିଛନ୍ତି । ଏଥିରେ ଅଭିଯୋଗ କରାଯାଇଛିଷ  ଠିକାଦାର-ପୋଲିସ ମିଶି ଏହି  ଏହି ଏନକାଉଣ୍ଟର କରିଛନ୍ତି ।

ଠିକାଦାରଙ୍କୁ କୌଣସି କାମ ନ ଦେବାକୁ ପୋଷ୍ଟରର କୁହାଯାଇଛି ।  ଗତରାତିରେ  ଏହି ଘଟଣା ଘଟିଥିଲା । ପରେ ଦମକଳ ବିହାନୀ ଘଟଣାସ୍ଥଳକୁ ଯାଇ ନିଆଁକୁ ଆୟତ କରିଛନ୍ତି ।