କାକଟପୁର ମା ମଙ୍ଗଳାଙ୍କ ନିଆରା ନୀତି : ମା’ଙ୍କ ପାଖରେ ଲାଗି ହୁଏ ଆମିଷ ଭୋଗ

132

କନକ ବ୍ୟୁରୋ : କାକଟପୁରର ଅଧିଷ୍ଠାତ୍ରି ଦେବୀ ମାଆ ମଙ୍ଗଳା । ପାର୍ବଣ ଋତୁରେ ଆରମ୍ଭ ହୋଇଛି ମା’ଙ୍କ ପାଖରେ ଷୋଡଶ ଉପଚାର ବିଧି । ଅନ୍ୟ ଦିନରେ ମା’ଙ୍କର ପଂଚ ଉପଚାରରେ ପୂଜା କରାଯାଉଥିବା ବେଳେ ପାର୍ବଣରେ ମା’ଙ୍କୁ ଷୋଡଶ ଉପଚାରରେ ପୂଜା କରାଯାଉଛି । ଏହି ସମୟରେ ମା’ଙ୍କ ପାଖରେ ଅନେକ ଗୁପ୍ତ ନୀତି ସଂପାଦନ କରାଯାଇଥାଏ ।

ପାର୍ବଣରେ କାକଟପୁର ମା ମଙ୍ଗଳା’ଙ୍କର ସବୁ ନୀତି ଭିତରେ ନିଆରା ନୀତି, ମା’ଙ୍କ ପାଖରେ ଲାଗି ହେଉଥିବା ଆମିଷ ଭୋଗ ନୀତି । ମନ୍ଦିର ରୋଷଶାଳାରେ ସୁପକାର ସେବାୟତଙ୍କ ଦ୍ୱାରା ପ୍ରସ୍ତୁତ ହୁଏ ମାଛ ଭୋଗ । ଯାହାକୁ ୧୬ ଦିନ ଧରି ମନ୍ଦିରରେ ମଙ୍ଗଳାଙ୍କ ପାଶ୍ୱର୍ଦେବୀ ଭାବେ ପୂଜା ପାଉଥିବା ବନଦୁର୍ଗାଙ୍କ ପାଖରେ ଦ୍ୱିପହର ଧୂପ ଓ ରାତ୍ରି ଧୂପରେ ଲାଗି କରାଯାଏ । ତନ୍ତ୍ର ଉପଚାରରେ ଆମିଷ ଭୋଗକୁ ମାଆ ଦୁର୍ଗାଙ୍କ ଉଦେଶ୍ୟରେ ସମର୍ପଣ କରାଯାଏ ।

kakatpur

ବନଦୁର୍ଗାଙ୍କ ପାଖରେ ଆମିଷ ଭୋଗ କରାଯିବା ପରେ ପୂଜା ପଣ୍ଡା ଏହି ପ୍ରସାଦକୁ ପୁଣି ମନ୍ଦିରର ଦକ୍ଷିଣ ଦ୍ୱାର ଦେଇ ବାହାରକୁ ନେଇଆସିଥାନ୍ତି । ଏହାପରେ ମନ୍ଦିରକୁ ପୁଣି ଶୁଦ୍ଧ କରାଯାଏ । ଷୋଡଶ ଉପଚାରରେ ପୂଜା ସମୟରେ ଏମିତି ଦିନକୁ ଦୁଇ ଥର ସ୍ୱତନ୍ତ୍ର ନୀତି କରାଯାଇଥାଏ । ମଙ୍ଗଳା ମନ୍ଦିରରେ ଲାଗି ହେଉଥିବା ଆମିଷ ଭୋଗକୁ ପାଇବା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଥାଏ । ପାର୍ବଣରେ ଶୋଡଷ ଉପଚାରରେ ମଙ୍ଗଳାଙ୍କ ପୂଜାର୍ଚ୍ଚନା ଚାଲିଥିବା ବେଳେ ପ୍ରତିଦିନ ମାଆ ଭିନ୍ନ ଭିନ୍ନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି ।