ଆକ୍ରମଣ ନେଇ ଇମ୍ରାନ ଖାନଙ୍କ ନାଲିଆଖି ପରେ ଭାରତର କଡା ଜବାବ: ଜେଟଲି କହିଲେ, ଆଜି ଯାଏଁ ଘଟଣାକୁ ନିନ୍ଦା କରିନି ପାକିସ୍ତାନ

321

କନକ ବ୍ୟୁରୋ: କେନ୍ଦ୍ର କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ପାକିସ୍ତାନକୁ କଡା ସମାଲୋଚନା କରିଛନ୍ତି ଅର୍ଥମନ୍ତ୍ରୀ  ଅରୁଣ ଜେଟଲି । ଭାରତର ଆତଙ୍କବାଦ ବିରୋଧୀ ଅଭିଯାନକୁ  ବିଶ୍ୱର ବହୁ ଦେଶ ସମର୍ଥନ କରୁଥିବା ବେଳେ ପୁଲବାମା ଆକ୍ରମଣ ଘଟଣାକୁ ପାକିସ୍ତାନ ନିନ୍ଦା ବି କରିବାକୁ ଉଚିତ ମନେ କରି ନାହିଁ ବୋଲି ଜେଟଲି କହିଛନ୍ତି ।

ଭାରତକୁ ଭାଷଣ ଦେବା ପରିବର୍ତେ ଆତଙ୍କୀ ମସୁଦ ଅଜହରକୁ ହସ୍ତାନ୍ତର କରୁ ପାକିସ୍ତାନ । ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବୟାନକୁୁ କଡ଼ା ଭାଷାରେ ଭତ୍ସନା କରି ଏଭଳି କହିଛନ୍ତି ପଂଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମ୍ରିନ୍ଦର ସିଂ ।  ଏହା ସହ ଅମ୍ରିନ୍ଦର କହିଛନ୍ତି ଜୈସ-ଏ- ମହମ୍ମଦର ପ୍ରମୁଖ ମସୁଦ ଅଜହର ବହାବଲପୁରରେ ରହି ଆଇଏସଆଇ ସାହାଯ୍ୟରେ ଆକ୍ରମଣ କରୁଛି ।

ତାକୁ ସେଠାରୁ ଉଠାଇ ଆଣି ଭାରତକୁ ହସ୍ତାନ୍ତର କର ଓ ଯଦି ଏତିକି କରିପାରୁନ ତେବେ ଆମକୁ କୁହ ବୋଲି ସେ କହିଛନ୍ତି ।  ୨୬/୧୧ ମୁମ୍ବାଇ ହମଲାରେ ଭାରତ ଠୋସ ପ୍ରମାଣ ଦେବା ସତ୍ୱେ କୌଣସି ପଦକ୍ଷେପ ଉଠାନଥିବା ପାକିସ୍ତାନ ଏଥରକ ପୁଣି କି ପ୍ରମାଣ ମାଗୁଛି ବୋଲି ସେ କହିଛନ୍ତି  ।