ବିଜୁଙ୍କ ୫୬ ଇଞ୍ଚର ଛାତି ! ଆନନ୍ଦ ଭବନ ସଂଗ୍ରହାଳୟରେ ଥିବା ପୋଷାକ ମାପରୁ ମିଳିଲା ତଥ୍ୟ, ଓଡ଼ିଆ ମାଟିର ବୀର ସନ୍ତାନଙ୍କୁ ନେଇ ଆରମ୍ଭ ହେଲା ଚର୍ଚ୍ଚା

82

କନକ ବ୍ୟୁରୋ : ୫୬ ଇଞ୍ଚର ଛାତି । ମୋଦିଙ୍କ ୫୬ ଇଞ୍ଚ ଛାତି ନେଇ ସବୁବେଳେ ଚର୍ଚ୍ଚା ଚାଲିଥିବା ବେଳେ ଆନନ୍ଦ ଭବନ ସଂଗ୍ରହାଳୟ ଉଦଘାଟନ ପରେ ଏପରି ଚଉଡ଼ା ଛାତିକୁ ନେଇ ନୂଆ ଚର୍ଚ୍ଚା ସୃଷ୍ଟି ହୋଇଛି । ବୀର ଓଡିଆ ପୁଅ ବିଜୁଙ୍କ ୫୬ ଇଞ୍ଚର ଛାତିକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା ।

ବିଭିନ୍ନ ସମାବେଶରେ ୫୬ ଇଂଚ ଛାତିର ଉଦାହରଣ ଦେଇଥାନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନିର୍ବାଚନ ପୂର୍ବରୁ ଓ ପରେ ଅନେକ ଥର ଏଭଳି କହିଛନ୍ତି ମୋଦି । ବିରୋଧୀଙ୍କୁ ଲକ୍ଷ୍ୟ କରି ହେଉ କିମ୍ବା ପାକିସ୍ତାନକୁ ଇସାରା କରି ଏହି ଚଉଡ଼ା ଛାତିର ଉଦାହରଣ ଦେଇଥାନ୍ତି । ମୋଦିଙ୍କ ୫୬ ଇଂଚ ଛାତି ନେଇ ସବୁବେଳେ ଚର୍ଚ୍ଚା ଚାଲିଥିବା ବେଳେ ଆନନ୍ଦ ଭବନ ସଂଗ୍ରହାଳୟ ଉଦ୍ଘାଟନ ପରେ ଏପରି ଚଉଡ଼ା ଛାତିକୁ ନେଇ ନୂଆ ଚର୍ଚ୍ଚା ସୃଷ୍ଟି ହୋଇଛି ।

ସାମ୍ନ।।କୁ ଆସିଛି ଓଡ଼ିଆ ମାଟିର ବୀର ସନ୍ତାନ ଓ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଛାତିର ମାପ । ଆନନ୍ଦ ଭବନ ସଂଗ୍ରହାଳୟରେ ବିଜୁବାବୁଙ୍କ ପୋଷାକର ମାପ ସମ୍ବଳିତ ଚିତ୍ର ସ୍ଥାନ ପାଇଛି । ତାଙ୍କର ଫତେଇ ଓ କୁର୍ତା ମାପରୁ ଜାଣିବାକୁ ମିଳିଛି ବିଜୁ ପଟ୍ଟନାୟକଙ୍କ ଛାତିର ମାପ ଥିଲା ୫୬ ଇଂଚ୍ । ଟଲ୍ ମ୍ୟାନ ବିଜୁ ପଟ୍ଟନାୟକଙ୍କ ବ୍ୟକ୍ତିତ୍ୱ ଯେପରି ବିରାଟ ଥିଲା, ସେହିପରି ବିରାଟ ଥିଲା ତାଙ୍କ ଚେହେରା । ବିଜୁବାବୁଙ୍କ ୫୬ ଇଂଚ ଛାତି ଯେମିତି ବିଶାଳ ଥିଲା ସେହିପରି ଥିଲା ତାଙ୍କ ହୃଦୟର ବିଶାଳତା ।