ଭୁବନେଶ୍ୱର : ଉବେର ଟ୍ୟାକ୍ସି ଚୋରି କରିଥିବା ୪ ଅଭିଯୁକ୍ତ ଗିରଫ

29

କନକ ବ୍ୟୁରୋ : ଖଣ୍ଡଗିରି ପୋଲିସ ଭରତପୁର ଅଚଂଳରୁ ଉବେର ଟ୍ୟାକ୍ସି ଚୋରି କରିଥିବା ୪ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ଏମବିଏ ଛାତ୍ର ଥିବା ଜଣାପଡିଛି । ଅନ୍ୟ ତିନି ଅଭିଯୁକ୍ତଙ୍କ ନାମରେ ପୂର୍ବରୁ ଭୁବନେଶ୍ୱର ଓ ଅନ୍ୟ ସ୍ଥାନରେ ଗାଡି ଚୋରି ନେଇ ମାମଲା ରହିଛି । ଗିରଫ ତିନି ଡକାୟତ ହେଉଛନ୍ତି କନ୍ଧମାଳ ଜିଲ୍ଲାର ସନ୍ଦିପ ନାୟକ, ପିଂଟୁ ଦିଗାଲ ଓ ଜିତେନ୍ଦ୍ର ସାହୁ ।ଅନ୍ୟ ଅଭିଯୁକ୍ତ ହେଉଛନ୍ତି କଟକ ନିଆଳିର ଶିଭିଲ କୁମରା ପ୍ରିୟଦର୍ଶନ ।

ପୋଲିସ ସେମାନଙ୍କ ଠାରୁ ଅପହୃତ ମାରୁତି ସୁଜୁକି ସୁଇଫ୍ଟ ଡିଜାୟର ଗାଡି, ଗୋଟିଏ ନମ୍ବର ନଥିବା ବାଇକ ଓ ମୋବାଇଲ ଫୋନ ଜବତ କରିଛି । ମାର୍ଚ୍ଚ ୨୧ ତାରିଖରେ ଜଣେ ଅଭିଯୁକ୍ତ ଉବେର ଗାଡି ବୁକ କରିଥିଲେ । ୪ଜଣ ଗାଡିରେ କିଛି ବାଟ ଯିବା ପରେ ଡ୍ରାଇଭରକୁ ମାଡ ମାରି ଗାଡି ନେଇ ଫେରାର ହୋଇଯାଇଥିଲେ ।