ସଂପର୍କର ସେତୁରେ ଯୋଡି ହୋଇଯାଇଛନ୍ତି ଜୀ ସାର୍ଥକ ଓ ଦର୍ଶକ, ଏବେ ଓଡିଶାର ନମ୍ବର-୧ ମନୋରଂଜନ ଚ୍ୟାନେଲ ତାଲିକାରେ ଜୀ ସାର୍ଥକ

126

କନକ ବ୍ୟୁରୋ : ସମ୍ପର୍କ ଗଢିବା କିଛି ବଡ କଥା ନୁହେଁ । ସମ୍ପର୍କରେ ଯୋଡି ହୋଇ ରହିବା ସବୁଠାରୁ ବଡ କଥା, ଠିକ୍ ଯେମିତି ଜୀ ସାର୍ଥକ ଯୋଡି ହୋଇ ରହିଛି ଓଡ଼ିଶାର ସମସ୍ତ ଦର୍ଶକଙ୍କ ସହ । ଜୀ ସାର୍ଥକ, ଓଡ଼ିଶାର ସବୁଠାରୁ ଅଗ୍ରଣୀ ଓ ଜନପ୍ରିୟ ଓଡିଆ ମନୋରଂଜନ ଚ୍ୟାନେଲ ତାର ଓଡିଆ ଦର୍ଶକମାନଙ୍କ ସହ ଦୀର୍ଘ ଦିନର ସୁସମ୍ପର୍କକୁ ମଜବୁତ କରିବା ପାଇଁ ସବୁବେଳେ ଚେଷ୍ଟାରତ, ସେଥିପାଇଁ ସର୍ବଦା ଦର୍ଶକଙ୍କୁ ନୂଆ ନୂଆ କାହାଣୀ ଓ ପାରିବାରିକ ଘଟଣାକୁ ନେଇ ଦର୍ଶକମାନଙ୍କ ମନୋରଞ୍ଜନ କରିଆସିଛି । ଓଡିଶାର ସାଂସ୍କୃତିକ ଐତିହ୍ୟରେ ଅନୁପ୍ରାଣୀତ ତଥା ଉତ୍କଳୀୟ ନାରୀର ବୈଶିଷ୍ଟ୍ୟ ଓ ଚମତ୍କାର ଗୁଣାବଳୀ ସହିତ ଅଦମ୍ୟ ମନୋବଳ ପ୍ରତିଫଳିତ ହେଉଥିବା ଚ୍ୟାନେଲର ଜନପ୍ରିୟ ଚରିତ୍ରଗୁଡିକ ଦର୍ଶକଙ୍କ ମନକୁ ପୁଣି ଜିତିବାରେ ସକ୍ଷମ ହୋଇଛି ।

ଏହି ଚ୍ୟାନେଲର ଲକ୍ଷ୍ୟ ହେଉଛି ଦର୍ଶକମାନଙ୍କ ପାଇଁ ସର୍ବଦା ଭିନ୍ନ ଧରଣର ମନୋରଂଜନ ଭିତ୍ତିକ କାର୍ଯ୍ୟକ୍ରମ ଆଣିଦେବା । ସମ୍ପର୍କ ବନ୍ଧନରେ ବାନ୍ଧି ହେଉଥିବା ସରସ କାହାଣୀ ଏବଂ ସଦ୍ୟ ପରିବର୍ତ୍ତିତ ବ୍ରାଣ୍ଡ ପରିଚୟ, ଯାହାକି ଆଣିଦିଏ ଏକ ବର୍ଦ୍ଧିତ ଦର୍ଶକଙ୍କ ଅନୁଭୂତି – ଏହିସବୁ ମାଧ୍ୟମରେ ଏଇ ଚ୍ୟାନେଲର ଆଭିମୁଖ୍ୟ ହେଉଛି ଦର୍ଶକମାନଙ୍କ ସହିତ ସମ୍ପର୍କକକୁ ଆହୁରି ନିବିଡ କରିବା   ।

ଜୀ-ସାର୍ଥକର ଫିଲ୍ମ, ଧାରାବାହିକ ଓ ବିଭିନ୍ନ ପ୍ରତିଯୋଗିତା ମୂଳକ କାର୍ୟକ୍ରମ ସବୁବେଳେ ଦର୍ଶକଙ୍କ ମନକୁ ଛୁଇଁଛି । ଯେପରିକି ‘ସୁନା ଝିଅ’, ‘ତୁ ଖରା ମୁଁ ଛାଇ’ ଏବଂ ‘ଖୁସିର ଛୁଙ୍କ’ ପରି ମେଗା ଧାରାବାହିକ ହେଉ କି ଡାନ୍ସ ଓଡ଼ିଶା ଡାନ୍ସ ଓ ରଜ କୁଇନ୍ ପରି ପ୍ରତିଯୋଗିତା ମୂଳକ କାର୍ଯ୍ୟକ୍ରମ ମାଧ୍ୟମରେ ଜୀ-ସାର୍ଥକ ସବୁବେଳେ ଦର୍ଶକଙ୍କ ମନକୁ ଛୁଇଁଛି ।

ବିଗତ କିଛି ବର୍ଷ ମଧ୍ୟରେ ଜୀ ସାର୍ଥକ ତାର ଜନପ୍ରିୟ ଓ ପ୍ରଧାନ କାର୍ଯ୍ୟକ୍ରମଗୁଡିକ ଯେପରି ଝିଲୀ,ମୁଁ ବି ବିଜୟିନୀ, ସୁନା ଝିଅ ସାଙ୍ଗକୁ ଦିଦି ନଂ ୧, ସାରେଗାମାପା ଏବଂ ଆହୁରି ଅନେକଗୁଡିଏ ଫର୍ମାଟକୁ ନେଇ ନିଜର ପ୍ରାଧାନ୍ୟ ଯଥେଷ୍ଟ ବଢ଼ାଇଛି । ଜୀ ସାର୍ଥକର ଫିକସନ ଓ ନନଫିକସନ ଶୋ’ ଗୁଡିକର ଉତ୍ତମ ମିକ୍ସ ତିଆରି ଓ ସଂଗ୍ରହ, ଯାହା ଦର୍ଶକମାନଙ୍କ ମଧ୍ୟରେ ଅନବରତ ବ୍ୟାପକ ଜନପ୍ରିୟତା ସୃଷ୍ଟି କରି ଆସୁଛି ।

ଦର୍ଶକମାନଙ୍କ ପାଇଁ ଆଜି ଜୀ ସାର୍ଥକ ହେଉଛି ନଂ-୧ ଓଡ଼ିଆ ଜିଇସି ଚ୍ୟାନେଲ ଏବଂ ଭାରତର ଅନ୍ୟତମ ସଫଳ ଆଞ୍ଚଳିକ ଜିଇସି ଚ୍ୟାନେଲ। ଜୀ ସାର୍ଥକର ଚିଫ୍ ଚ୍ୟାନେଲ ଅଫିସର ଶ୍ରୀ ପ୍ରତିକ ସିଲ୍ କହିଛନ୍ତି ଯେ “ଜୀ ସାର୍ଥକର ବ୍ରାଣ୍ଡ ଏବଂ କଣ୍ଟେଣ୍ଟ ସବୁବେଳେ ପ୍ରଗତିଶୀଳ ଓ ସାଂସ୍କୃତିକ ମୂଳ ଚିନ୍ତାଧାରା ଉପରେ ପର୍ଯ୍ୟବେଶିତ । ଆମେ ସର୍ବଦା ଦର୍ଶକମାନଙ୍କୁ କେନ୍ଦ୍ରରେ ରଖିଥାଉ । ଆମେ ଖୁସି ଅନୁଭୂତି କରୁଅଛୁ କି ଦର୍ଶକଙ୍କ ମନ ମନମୁତାବକ ନିରନ୍ତର ମନୋରଂଜନ ଦେଇପାରିଛୁ । ଆଗାମୀ ଦିନରେ ଆମ ଦର୍ଶକମଣ୍ଡଳୀଙ୍କ ପାଇଁ ଆମେ ଆଣିବୁ ଭିନ୍ନ ଓ ଉନ୍ନତ ମାନର ଅନେକ ନୂଆ କାହାଣୀ ଓ ପ୍ରତିଯୋଗିତା ମୂଳକ କାର୍ଯ୍ୟକ୍ରମ । ଦର୍ଶକଙ୍କ ଏହି ପରି ଭଲ ପାଇବା ଆମକୁ ଆମର ଦର୍ଶକ ଅନୁଭୂତି ବଢ଼ାଇବା ସହିତ ଦର୍ଶକମଣ୍ଡଳୀଙ୍କ ସହ ଆମର ସମ୍ପର୍କକୁ ଆହୁରି ଘନିଷ୍ଠ କରିବ ।”