ରାଜଧାନୀରେ “ସମୃଦ୍ଧ ଓଡ଼ିଶା’’ର ଯୁବ ଗର୍ଜନ ସମାବେଶ । ବେରୋଜଗାର ଓ ଦୁର୍ନୀତିକୁ ଦଳ ବରଦାସ୍ତ କରିବ ନାହିଁ କହିଲେ ସଭାପତି ଯତୀଶ ମହାନ୍ତି

64

କନକ ବ୍ୟୁରୋ : ରବିିବାର ରାଜନୈତିକ ଦଳ “ସମୃଦ୍ଧ ଓଡ଼ିଶା’’ର ଯୁବ ଗର୍ଜନ ସମାବେଶ ଭୁବନେଶ୍ୱର ବରମୁଣ୍ଡା ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟରେ ବେରୋଜଗାରୀ ଓ ଦୁର୍ନୀତିକୁ ସମୃଦ୍ଧ ଓଡ଼ିଶା ବରଦାସ୍ତ କରିବ ନାହିଁ ବୋଲି ଏହାର ସଭାପତି ଡ. ଯତୀଶ ମହାନ୍ତି କହିଥିଲେ ।
ସମୃ୍ଦ୍ଧ ଓଡ଼ିଶା କ୍ଷମତାକୁ ଆସିଲେ ୫ ବର୍ଷରେ ଏକ କୋଟି ଯୁବକଙ୍କୁ ନିଯୁକ୍ତି, ପ୍ରତି ପରିବାରର ମାସିକ ଆୟ ଅନ୍ତତଃ ୨୦ ହଜାର ଟଙ୍କାର ଆୟ ଦେବା ପାଇଁ ସଂକଳ୍ପବଦ୍ଧ । ମୁଖ୍ୟମନ୍ତ୍ରୀ ଦୁର୍ନୀତିକୁ ପ୍ରଶ୍ରୟ ଦେଉଥିବା ଅଭିଯୋଗ ଆଣିଛନ୍ତି ସମୃଦ୍ଧ ଓଡିଶା ସଭାପତି ।