କାଳବୈଶାଖୀ ପାଇଁ ବଦଳିଲା ପାଣିପାଗ : ଆଜି ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ; ୪୦ରୁ ୫୦ କିଲୋମିଟର ବେଗରେ ବହିପାରେ ପବନ

5,515

କନକ ବ୍ୟୁରୋ : ବଦଳିଛି ପାଣିପାଗ । ତାତିରୁ ମିଳିଛି ସାମୟିକ ଆଶ୍ୱସ୍ତି । ଥଣ୍ଡା ପବନ ଓ କିଛି ସ୍ଥାନରେ ହାଲୁକା ବର୍ଷା ଯୋଗୁଁ ରାଜ୍ୟର ସମସ୍ତ ସ୍ଥାନରେ ୪୦ଡିଗ୍ରୀ ତଳେ ରହିଛି ତାପମାତ୍ରା । ଆଂଚଳିକ ପାଣିପାଗ ବିଭାଗର ସୂଚନା ମୁତାବକ, ଆସନ୍ତା ୩ରୁ ୪ ଦିନ ଯାଏ ରାଜ୍ୟରେ କାଳବୈଶାଖୀର ପ୍ରଭାବ ରହିବ । ଫଳରେ ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବା ସହ ଘଡଘଡି ଓ ବିଜୁଳି ସହ କୁଆପଥର ବର୍ଷା ହେବାନେଇ ପୂର୍ବାନୁମାନ କରାଯାଇଛି ।

ଫଳରେ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ହେବା ନେଇ ପୂର୍ବନୁମାନ କରିଛି ପାଣିପାଗ ବିଭାଗ । ତେବେ ଆଜି ୧୩ ଟି ଜିଲ୍ଲାରେ ବିଜୁଳି, ଘଡଘଡି ସହ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି । ଏହି ସବୁ ଜିଲ୍ଲାଗୁଡିକ ହେଉଛି ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମାଲକାନଗିରି, କୋରାପୁଟ, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, କଟକ, ଜଗତସିଂହପୁର ଓ ନବରଙ୍ଗପୁର । ତେଣୁ ଏସବୁ ଜିଲ୍ଲାଗୁଡିକ ପାଇଁ ଆଜି ୟେଲୋ ୱାଣ୍ଣିଂ ଜାରି କରାଯାଇଛି । ଏଥିସହ ଗଞ୍ଜାମ, କନ୍ଧମାଳ, ରାୟଗଡା, କଳାହାଣ୍ଡି, କୋରାପୁଟ ଓ ନବରଙ୍ଗପୁର ଆଦି ୬ଟି ଜିଲ୍ଲା ପ୍ରବଳ କୁଆପଥର ବର୍ଷା ହେବା ନେଇ ଆକଳନ କରାଯାଇଛି ।