ସହିଦ ଓଡିଆ ଯବାନଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କାର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

1,870

କନକ ବ୍ୟୁରୋ: ସହିଦ ଓଡିଆ ଯବାନ ଦେବାଶିଷ ବିଶ୍ୱାଳଙ୍କ ପରିବାରକୁ ସହାୟତା ଘୋଷଣା । ୨୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଜାମ୍ମୁକାଶ୍ମୀର ପୁଞ୍ଚରେ ଆତଙ୍କୀ ହମଲା ସହିଦ ହୋଇଥିବା ଓଡିଆ ଯବାନ ଦେବାଶିଷ ବିଶ୍ୱାଳଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଦେବା ସହ ନିକଟତମ ଆତ୍ମୀୟସ୍ୱଜନଙ୍କ ପାଇଁ ସହାୟତାରାଶି ଘୋଷଣା କରିଛନ୍ତି ।

ତେବେ ପୁଅକୁ ହରାଇ ଭାଙ୍ଗି ପଡିଥିବା ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହ ଦାରୁଣ ଦୁଃଖ ସମୟରେ ଭଗବାନ ସେମାନଙ୍କୁ ଅସୀମ ଧୈର୍ଯ୍ୟ ଓ ସାହସ ଦିଅନ୍ତୁ ବୋଲି ପ୍ରାର୍ଥନା କରିଛନ୍ତି ମୁଖ୍ୟମନ୍ତ୍ରୀ ।