ଏନର୍ଜି ଡ୍ରିଙ୍କ ପିଇବା ଯୁବକଙ୍କୁ ପଡିଲା ମହଙ୍ଗା ! ଏବେ ବିତାଉଛନ୍ତି ଏମିତିକା ଜୀବନ

50

ଅନେକ ଘଂଟା ଯାଏ ଲଗାତାର କାମ କରିବା ପରେ କ୍ଲାନ୍ତ ହୋଇଯିବା ସାମାନ୍ୟ କଥା ଅଟେ । ସାଧାରଣତଃ ଆମେ ନିଜକୁ କ୍ଲାନ୍ତ ବା ଥକାନ ଦୂର କରିବା ପାଇଁ ବଜାରରେ ବିକ୍ରି ହେଉଥିିବା ଏନର୍ଜି ଡ୍ରିଙ୍କ୍ସର ସାହାର ନେଇଥାଉ । ଯଦି ଆପଣ ମଧ୍ୟ ଏନର୍ଜି ଡ୍ରିଙ୍କ ନେବା ପସନ୍ଦ କରଛନ୍ତି ଏବଂ ଏହାକୁ ନିଜର ଅଭ୍ୟାସରେ ପରିଣତ କରିଦେଇଛନ୍ତି ତ ସାବଧାନ ହୋଇଯା’ନ୍ତୁ । କାରଣ ଏହି ଜିନିଷ ଅତି ଖରାପ ହୋଇଥାଏ । ଅମର ଉଜାଲାରେ ଏମିତି ଏକ ଖବର ପ୍ରକାଶିତ ହୋଇଛି । ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ । ସୂଚନା ଅନୁସାରେ , ଏମିତି ଘଟଣା ଆମେରିକାର ଜଣେ ଆଷ୍ଟିନ୍ ନାମକ ବ୍ୟକ୍ତିଙ୍କ ସହ ହୋଇଛି । ଆଷ୍ଟିନ୍ ଏନର୍ଜି ଡ୍ରିଙ୍କ ପିଇବାରେ ପୁରା ଅଭ୍ୟସ୍ତ ପାଲଟିଯାଇଥିଲେ । ଏହି କାରଣରୁ ଆଷ୍ଟିନଙ୍କ ବ୍ରେନ୍ ହାମରେଜ୍ ହୋଇଗଲା । ଏବଂ ଚିକିତ୍ସା ସମୟରେ ତାଙ୍କ ମୁଣ୍ଡର ଏକ ଅଂଶକୁ ବାହାର କରିବାକୁ ପଡିଲା ।

ଏନର୍ଜି ଡ୍ରିଙ୍କ୍ ର ସେବନ କରୁଥିବା ଲୋକଙ୍କୁ ସଚେତନ କରିବା ପାଇଁ ଆଷ୍ଟିନ୍ ଙ୍କ ପତ୍ନୀ ବ୍ରିଏନା ନିଜର କାହାଣୀ ଫେସବୁକରେ ଶେୟାର କରିଛନ୍ତି । ତାଙ୍କର ଏହି ପୋଷ୍ଟ ବହୁତ ଭାଇରାଲ୍ ହେଉଛି । ଯେଉଁଥିରେ ସେ କହିଛନ୍ତି କି କୌଣସି ପ୍ରକାରେ ତାଙ୍କର ପତିଙ୍କର ଏନର୍ଜି ଡ୍ରିଙ୍କ୍ ପିଇବା ଅଭ୍ୟାସ ଘାତକ ସାବ୍ୟସ୍ତ ହୋଇଛି ।

ଡାକ୍ତରମାନେ କହିଛନ୍ତି କି ଅଧିକ ମାତ୍ରାରେ ଏନର୍ଜି ଡ୍ରିଙ୍କ୍ ପିଇବା ଦ୍ୱାରା ଆଷ୍ଟିନଙ୍କୁ ବ୍ରେନ୍ ହାମରେଜ୍ ହୋଇଛି । ଯେଉଁ ସମୟରେ ଆଷ୍ଟିନ୍ ଜୀବନ ମରଣର ଲଢେଇ ଲଢୁଥିଲେ , ବ୍ରିଏନା ଏହି ସମୟର ଗର୍ଭବତୀ ଥିଲେ । ଆଷ୍ଟିନଙ୍କ ୫ ଘଂଟା ଯାଏ ଅପରେସନ ଚାଲିଲା । ଅପରେସନ ପରେ ଯେତେବେଳେ ବ୍ରିଏନା ତାଙ୍କ ସହ ଭେଟିବାକୁ ରୁମ୍ ଭିତରକୁ ଗଲେ ତ ସେଠାରେ ସେ ଦେଖିଲେ କି ଆଷ୍ଟିନ୍ ଙ୍କ ମୁଣ୍ଡରେ ଗର୍ତ୍ତ ହୋଇଯାଇଛି । ଆଷ୍ଟିନ୍ ଙ୍କର ଅପରେସନ ହେବା ପରେ ବ୍ରିଏନ ୨ ସପ୍ତାହ ଯାଏ ତାଙ୍କ ସହ ଡାକ୍ତରଖାନାରେ ରହିଥିଲେ । ବ୍ରିଏନାଙ୍କ ପାଇଁ ଏହି ସମୟ ବହୁତ କଷ୍ଟପୂର୍ଣ୍ଣ ଥିଲା । , କିନ୍ତୁ ସେ କେବେ ହାର୍ ମାନିନଥିଲେ । ଏହାର କିଛି ଦିନ ପରେ ବ୍ରିଏନା ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ । ଏବଂ ଏହି ସମୟ ମଧ୍ୟ ଆଷ୍ଟିନ୍ ଚେତାରେ ନଥିଲେ । ସେ କୋମାରେ ଥିଲେ । ପୁଅର ଜନ୍ମ ହେବାର ଦୁଇ ମାସ ପରେ ଆଷ୍ଟିନଙ୍କର ହୋସ୍ ଆସିଲା , ସେ ନିଜର ପୁଅକୁ ଦେଖିଲେ । ଆଜି ଆଷ୍ଟିନ୍ ବିଲକୁଲ୍ ସୁସ୍ଥ ଏବଂ ନିଜର ପରିବାର ସହ ଭଲରେ ଅଛନ୍ତି ।