ଗ୍ରାହକଙ୍କୁ ନିରାଶ କଲା ବ୍ୟାଙ୍କ । ଦେଶର ସବୁଠାରୁ ବଡ ବ୍ୟାଙ୍କ ତଥା ଏସବିଆଇ ଏଣିକି ଗ୍ରାହକଙ୍କ ଠାରୁ କୌଣସି ମତେ ବି ଆଦାୟ କରିବ ଜରିମାନା । ତେବେ ଏସବିଆଇ ତାର ମିନିମମ ବାଲାନ୍ସ ଉପରେ କରିବାକୁ ଯାଉଥିବା ଜରିମାନା ରାଶିକୁ କୋହଳ କରିବା ପରିବର୍ତ୍ତେ ଏଭଳି ନିଷ୍ପତିରେ ଅଟଳ ରହିଛି । କାରଣ ଗ୍ରାହକଙ୍କୁ ଲାଗୁଥିଲା କି ସରକାରଙ୍କ ଚାପରେ ପଡି ଏସିବିଆଇ ତାର ମିନିମମ ବାଲାନ୍ସ ବାବଦକୁ ନେଉଥିବା ଜରିମାନାକୁ କୋହଳ କରିପାରେ ବୋଲି ମାତ୍ର ଏହା ଏବେ ଅସମ୍ଭବ ।
Kanak News is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ, ଏଣିକି ଏସବିଆଇର ଗ୍ରାହକଙ୍କୁ ନିର୍ଦ୍ଧାରିତ ମିନିମମ ବାଲାନ୍ସ ମେଂଟନ ନକରିବା ଅଭିଯୋଗରେ ଜରିମାନା ଦେବାକୁ ପଡିବ । ଦେଶର ସବୁଠାରୁ ବଡ ବ୍ୟାଙ୍କ ତଥା ଏସିବିଆଇର ଗ୍ରାହକଙ୍କ ପାଇଁ ପୂର୍ବ ଭଳି ମିନିମମ ବାଲାନ୍ସ ଉପରେ ଲାଗୁ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ନିୟମାବଳୀକୁ ପୂର୍ବଭଳି ଚାଲୁ ରଖାଯିବ । ଯାହାକୁ ନେଇ ଏସବିଆଇ ନିକଟରେ ପୃଥକ ପୃଥକ ଭାବରେ ବ୍ରାଂଚରେ ଭିନ୍ନ ଭିନ୍ନ ଢଙ୍ଗରେ କାର୍ଯ୍ୟାକାରୀ କରାଯିବ । ତେବେ ମିନିମମ ବାଲାନ୍ସ ମାମଲାରେ କୌଣସି ବ୍ୟକ୍ତିଙ୍କ ଖାତାରେ କେତେ ଜରିମାନା ଲାଗୁ କରାଯିବ ତାହା ମୋଟ୍ ମିନିମମ ବାଲାନ୍ସ ଉପରେ ମଧ୍ୟ ନିର୍ଭର କରିବ ।
ମିନିମମ ବାଲାନ୍ସ ମାମଲାରେ ଏସିବିଆଇ ନିଜର ବ୍ରାଂଚଗୁଡିକୁ ଚାରି ଭାଗରେ ବିଭକ୍ତ କରିଛି – ମେଟ୍ରୋ ରୁରାଲ, ଅର୍ବାନ ଏବଂ ସେମି- ଅର୍ବାନ, ଅର୍ବାନ କିମ୍ବା ମେଟ୍ରୋ ବ୍ରାଂଚଗୁଡିକର ଗ୍ରାହକଙ୍କ ଉପରେ ପୂର୍ବ ଭଳି ୩୦୦୦ଟଙ୍କା ମିନିମମ ମୋଟ ବାଲାନ୍ସର ନିମୟ ଲାଗୁ ରହିବ । ଏହାପୂର୍ବରୁ ଆଶା କରାଯାଉଥିଲା କି ସରକାରଙ୍କ ଚାପରେ ଆସି ଏସବିଆଇ ତାର ମିନିମମ ବାଲାନ୍ସ ପାଇଁ ଜାରି କରିଥିବା ନିୟମାବଳୀଗୁଡିକରେ ଆଶ୍ୱସ୍ତି ଆଣିବା ସହିତ ବ୍ୟାଙ୍କ ନିଜର ମାସିକ ମୋଟ ବାଲାନ୍ସର ଆବଶ୍ୟକତାକୁ ତ୍ରିମାସିକର ମୋଟ ବାଲାନ୍ସରେ ପରିବର୍ତ୍ତନ ମଧ୍ୟ କରିପାରେ । ଯାହାର ଅର୍ଥ ହେଲା କି ଗ୍ରାହକଙ୍କୁ ପ୍ରତିମାସ ପରିବର୍ତ୍ତେ ତିନିମାସ ହିସାବରେ ନିଜ ଆକାଉଂଟରେ ନିର୍ଦ୍ଧାରିତ ବାଲାନ୍ସ ମେଂଟେନ କରିବାକୁ ପଡିବ ।
ଏଠାରେ ଆମେ କହି ରଖୁଛୁ କି, ଏହା ପୂର୍ବରୁ ବି ଖବର ଆସିଥିଲା କି ବ୍ୟାଙ୍କ ତାର ମିନିମମ ବାଲାନ୍ସକୁ ପାଖାପାଖି ୧୦୦୦ଟଙ୍କା ପର୍ଯ୍ୟନ୍ତ କମାଇ ପାରେ । ହେଲେ ବର୍ତ୍ତମାନ ଏହା ଉପରେ ନିଷ୍ପତି ହେବାକୁ ବାକି ରହିଛି । ଏସିବିଆଇ ଜୁନ ମାସରେ ମିନିମମ ବାଲାନ୍ସକୁ ୫୦୦୦ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିଦେଇଥିଲା । ମାତ୍ର ପରବର୍ତ୍ତି ସମୟରେ ଏହାକୁ ମେଟ୍ରୋ ସହରଗୁଡିକରେ କମାଇ ୩୦୦୦, ସେମି-ଅର୍ବାନରେ ୨୦୦୦ ଏବଂ ଗ୍ରାମୀଣ କ୍ଷେତ୍ରରେ ୧୦୦୦ଟଙ୍କା କରାଯାଇଥିଲା । ସେହିପରି ଏହା ଉପରେ ଜରିମାନା ବାବଦକୁ ୨୫ରୁ ୧୦୦ ଟଙ୍କାକୁ କମାଇ ୨୦ରୁ ୫୦ ଟଙ୍କା ପର୍ଯ୍ୟନ୍ତ ସ୍ଥିର କରିଥିଲା ।