ଯୁଦ୍ଧ ବିଭୀଷିକାର କରୁଣ ଚେହେରା ! ସୋସିଆଲ୍ ମିଡିଆରେ ଭାଇରାଲ୍ ହୃଦୟବିଦାରକ ଫଟୋ

102

ସାମାଜିକ ନ୍ୟାୟ ଓ ଅହିଂସାକୁ ନେଇ ଗଣତନ୍ତ୍ରଣ ସୃଷ୍ଟି । କିନ୍ତୁ ଏବେ ଟିକିଏ କଥାରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହେଉଛି । କଥା କଥାକେ ଯୁଦ୍ଧ ଧମକ ମିଳୁଛି । ଦୁଃଖର କଥା ଏବେ ସାଧାରଣ ଲୋକଙ୍କ ମଧ୍ୟରେ ଅହିଂସା ପରିବେର୍ତ୍ତ ହିଂସା ଓ ଦମନ ଦେଖାଦେଉଛି । ସେହିଭଳି ବାରମ୍ବାର ସୃଷ୍ଟି ହେଉଥିବା ଯୁଦ୍ଧର ଇଚ୍ଛା ଦେଶ ଦେଶ ମଧ୍ୟରେ ଅର୍ଥନୀତିକୁ ବ୍ୟାପକ କ୍ଷତି ପହଞ୍ଚାଇବା ସହ ନିଜ ନିଜ ଭିତରେ ଥିବା ସମ୍ପର୍କରେ ମଧ୍ୟରେ ତିକ୍ତତା ସୃଷ୍ଟି କରିଥାଏ । ତେବେ କେବ ଚିନ୍ତା କରିଛନ୍ତି, ଯୁଦ୍ଧ ଯୋଗୁଁ କେବଳ ଯେ ଲୋକେ ପ୍ରାଣ ହରାଉଛନ୍ତି ତା’ ନୁହେଁ ବରଂ ବେସାହାରା ଓ ବାସହରା ହୋଇଯାଉଛନ୍ତି । ଯୁଦ୍ଧର ପରିଣାମ କେତେ ଭୟଙ୍କର ହୋଇପାରେ, ତାହା ଏବେ ୟେମେନ ବାସୀ ଖୁବ୍ ଅନୁଭବ କରୁଛନ୍ତି । କେତେ କଷ୍ଟ ଓ ଯନ୍ତ୍ରଣା ଦେଇ ଗତିକରିବାକୁ ପଡ଼େ ସେ କଥା ଯିଏ ଅଙ୍ଗେ ନିଭାଇବ ସେ ହିଁ ଜାଣିପାରିବ ।

ଯୁଦ୍ଧ ବିଭୀଷିକାର କରୁଣ ଚେହେରା । ଏକ କୁନି ଝିଅର ଚିତ୍ର ସାମ୍ନାକୁ ଆସିଛି, ଯାହା ଯୁଦ୍ଧର ଭୟାବହତାକୁ ଦର୍ଶାଉଛି । ଫଟୋରେ ଗଭୀର ଆଘାତପ୍ରାପ୍ତ କୁନି ଝିଅଟି ତା’ର ଆଖିକୁ ବଳପୂର୍ବକ ଖୋଲିବାକୁ ଚେଷ୍ଟା କରୁଛି । ୟେମେନର ରାଜଧାନୀ ସାନାରେ ଗତ ସପ୍ତାହରେ ଆକାଶମାର୍ଗରୁ ହୋଇଥିଲା ଆକ୍ରମଣ । ଏହି ଆକ୍ରମଣରେ ବୁଥୈନା ମୁହମ୍ମଦ ମନସୁର ନାମକ କୁନି ଝିଅଟି ତା’ର ପୁରା ପରିବାରକୁ ହରାଇଛି । ସେ ଏବେ ପରିବାରର ବଞ୍ଚିଥିବା ଏକମାତ୍ର ସଦସ୍ୟ । ୮ ଜଣ ସଦସ୍ୟ ଭିତରୁ ଏବେ ଏକା ବଞ୍ଚିଛି ବୁଥୈନା । ତେବେ ବୁଥୈନାର ଏହି ଫଟୋ ଏବେ ସୋସିଆଲ ମିଡ଼ିଆରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଏହି ଫଟୋ ଦେଖିଲେ ମନରେ ନିଶ୍ଚିତ ରୂପେ କୋହ ଜାତ ହେବ ।

ସୂଚନାଯୋଗ୍ୟ ଗତ ସପ୍ତାହରେ ଆକାଶ ମାର୍ଗରୁ ବୁଥୈନା ରହୁଥିବା ଆପାଟମେଂଟରେ ହୋଇଥିଲା ଆକ୍ରମଣ । ବୁଥୈନାର ଏହି ଫଟୋ ଏବେ ଯୁଦ୍ଧ ବିରୋଧୀ ପ୍ରତୀକ ହୋଇଯାଇଛି । ଡାକ୍ତର କହୁଛନ୍ତି ବୁଥୈନାରୁ ମସ୍ତିସ୍କରେ ଗଭୀର କ୍ଷତ ସୃଷ୍ଟି ହୋଇଛି । ସେମାନେ ତାକୁ ସୁସ୍ଥ କରିବା ପାଇଁ ଜୋର ଲଗାଉଥିବା ସୂଚନା । କିନ୍ତୁ ବୁଥୈନା ଏବେ ପର୍ଯ୍ୟନ୍ତ ଜାଣିନି ଯେ ତା ପରିବାର ଆଉ ନାହିଁ । ଏବେ ବୁଥୈନା ତା କାକାକୁ ଖୋଜୁଛି, ଯିଏ ଶନିିବାର ହୋଇଥିବା ଆକ୍ରମଣରେ ପ୍ରାଣ ହରାଇଛନ୍ତି । ତେବେ ବୁଥୈନାର ଆଉ ଜଣେ କାକା ସଲେ ମହମ୍ମଦ ସାଦ କହିଛନ୍ତି, ବୁଥୈନାର ବାପା ଘଟଣା ଦିନ ରାତି ୨ଟା ସମୟରେ ତାଙ୍କୁ କଲ କିର କହିଥିଲେ କି ତାଙ୍କ ପାଖାପାଖି ଅଞ୍ଚଳରେ ଆକାଶ ମାର୍ଗକୁ ଅକ୍ରମଣ ହେଉଛି । ଏକଥା ଶୁଣି ସଲେ ଯେତେବଳେ ତାଙ୍କ ଘର ପାଖକୁ ଗଲେ ସେତେବେଳେ ସବୁ ଶେଷ ହୋଇସାରିଥିଲା । ବୁଥୈନାର ପରିବାର ରହୁଥିବା ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇ ସାରିଥିଲା । ସଲେ ମହମ୍ମଦଙ୍କୁ ଘର ତଳୁ ଏକ ଛୋଟ ଶିଶୁର କାନ୍ଦଣା ଶୁଭିିଲା । ସେ କାନ୍ଦଣା ସ୍ୱର ଥିଲା ବୁଥୈନାର । ଅନେକ ଚେଷ୍ଟା ପରେ ସେ ବୁଥୈନାକୁ ଉଦ୍ଧାର କରିଥିଲେ । କେବଳ ଯେ ବୁଥୈନା ଘର କାନ୍ଥ ତଳେ ଚାପି ହୋଇ ଯାଇଥିିଲା ତା ନୁହଁ, ଆକ୍ରମଣରେ ଅନେକ ପଡୋଶୀ ମଧ୍ୟ ଘର ତଳେ ସେଠାରେ ଚାପି ହୋଇ ଯାଇଥିଲେ ।

ସଲେ ମହମ୍ମଦ ସାଦ ଅତ୍ୟନ୍ତ ଦୁଃଖ ପ୍ରକାଶ କରି କହିଛନ୍ତି, ଚାହିଁଲେ ମଧ୍ୟ ମୁଁ ସେମାନଙ୍କୁ ରକ୍ଷା କରି ପାରିଲି ନାହିଁ । କିଛି ଭଙ୍ଗା କାନ୍ଥ ଉଠାଇବା ପରେ ବୁଥୈନାର ମା ଓ ବାପାଙ୍କ ମୃତ ଶରୀର ଦେଖିବାକୁ ମିଳିଲା । ଆଉ କିଛି କାନ୍ଥ ଉଠାଇବାକୁ ଚେଷ୍ଟା କରିବା ପରେ ଦେଖାଗଲା ବୁଥୈନାର ୩ ବର୍ଷର ଭାଇ ଅମାର ଓ ତା’ର ୪ ଜଣ ଭଉଣୀ ମରି ପଡ଼ିଛନ୍ତି । ଏହି ଆକ୍ରମଣ ପଛରେ ରହିଛି ସାଉଦି ଆରବର ହାତ । ଆକ୍ରମଣ ପାଇଁ ନିଜକୁ ଦାୟୀ କହିଛି ସାଉଦି ଆରବ । ଏହି ଆକ୍ରମଣରେ ୧୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସେଥିରେ ୬ ଜଣ ଶିଶୁ ଥିବା ସୂଚନା । ତେବେ ସାଉଦି ଆରବ ଏହାକୁ ଯାନ୍ତ୍ରିକ ତୃଟି ବୋଲି କହୁଛି ।

୨୧୦୬ରେ ମଧ୍ୟ ଏକ ରକ୍ତାକ୍ତ ଶିଶୁର ଫଟୋ ଭାଇରାଲ ହୋଇଥିଲା ଯାହା ଯୁଦ୍ଧର ଭୟାବହତାକୁ ଦର୍ଶାଉଥିଲା । ସିରିଆରେ ସରକାର ଓ ବିଦ୍ରୋହୀଙ୍କ ମଧ୍ୟରେ ବିଦ୍ରୋହ ସମୟରେ ଏପରି ଏକ ପଟୋ ଭାଇରାଲ ହୋଇଥିଲା । ଏଥରେ ସବୁଠୁ ଅଧିକ କୁପ୍ରଭାବ ସାଧାରଣ ଜନତାଙ୍କ ଉପରେ ପଡ଼ିଥିଲା । ସରିଆର ବିପକ୍ଷ ଦଳ ଅଲେପ୍ପା ସହରରେ ଅକାଶ ମାର୍ଗରୁ ଆକ୍ରମଣ କରିଥିଲା । ଆକ୍ରମଣ ପରେ ଆବର୍ଜନା ଭିତରୁ ବାହର କରାଯାଇଥିବା ଛୋଟ ଶିଶୁର ହୃଦୟବିଦାରକ ଫଟୋ ଜାରି ହୋଇଥିଲା । ସାରା ବିଶ୍ୱକୁ ସ୍ତବ୍ଧ କରିଥିଲା ସିରିୟା ଆଲେପୋର ଜଣେ ୫ବର୍ଷୀୟ ଶିଶୁର ଫଟୋ । ବାଳକର ଫଟୋ ଯୁଦ୍ଧର ଭୟାବହତା ବଖାଣୁଥିଲା । ଗୁରୁତର ଆହତ ୫ବର୍ଷୀୟ ଓମରାନ ଦକନିଶ ଚିକିତ୍ସା ଅପେକ୍ଷାରେ ଆମ୍ବୁଲାନ୍ସରେ ବସିଥିବା ଫଟୋ ଓ ଭିଡିଓ ଏବେ ଭାଇରାଲ ହୋଇଥିଲା । ରକ୍ତ ଜୁଡୁବୁଡୁ ଶରୀର ସାରା ଧୁଳି ଓ ବାରୁଦର ଦାଗ । ମୁହଁ, ଗୋଡ ଓ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ । ଯେଉଁ ନିଷ୍ପାପ ଶିଶୁ ଖେଳି ବୁଲି ସମୟ କାଟିଥାନ୍ତା, ତାକୁ ଯୁଦ୍ଧର ଭୟାବହତାର ସମ୍ମୁଖୀନ ହେବାକୁ ପଡିଲା । ତାକୁ ଏପରି ଧକା ଲାଗିଥିଲା ଯେ ତା ଆଖିରୁ ଲୁହ ବାହାରୁନଥିଲା । ପାଖରେ କେହି ଆତ୍ମୀୟ ସ୍ୱଜନ ନଥିଲେ, କଷ୍ଟ ଲାଗୁଥିବା ଯୋଗୁଁ ବାରମ୍ବାର ନିଜ ମୁହଁକୁ ନିଜେ ଆଉଁଷି ଦେଉଛି ।

3ଏହା ବ୍ୟତୀତ ସିରିୟାର ଆଉ ଏକ ହୃଦୟ ବିଦାରକ ଚିତ୍ର ସାମ୍ନାକୁ ଆସିଥିଲ । ସିରିଆରୁ ଆସୁଥିବା ବିସ୍ଥାପତ ଏକ ଡଙ୍କା ସମୂଦ୍ରରେ ବୁଡ଼ି ଯାଇଥିଲା । ଆଉ ସେହି ଅଘଟଣରେ ଏଲେନ କୁର୍ଦୀ ନାକ ଏକ ଛୋଟ ଶିଶୁର ଶବ ଲହରୀରେ ଭାସି ଭାସି ତୁର୍କୀର ବୋଡ଼ରମ କୂଳରେ ଲାଗିଥିଲା । ଉକ୍ତ ଫଟୋ ସେମୟରେ ବେଶ ଆଲୋଡ଼ଲ ସୃଷ୍ଟି କରିଥିଲା । ସେ ଫଟୋକୁ ଦେଖିଲେ କେହି ବି କାନ୍ଦ ଆସିଯିବ । ସେ ଫଟୋକୁ ଦେଖିବା ପାଇଁ ସାହାସ ଯୁଟାଇବା କଷ୍ଟକର ହୋଇପଡ଼ିଥିଲା । ଆଇଏସଆଇଏସ ଆତଙ୍କରୁ ବଞ୍ଚିବା ପାଇଁ ସେହି ବର୍ଷ ୨୫୦୦ ଲୋକ ସମୁଦ୍ର ରାସ୍ତା ଦେଇ ସିରିୟାରୁ ୟୁରୋପ ଯିବା ପାଇଁ ଚେଷ୍ଟା କରୁଥିବା ସମୟରେ ମୃତ୍ୟୁ ବରଣ କରିଥଲେ । ଯେଉଁ ଅଘଟଣରେ ୩ ବର୍ଷର ଏଲେନ ମୃତ୍ୟୁ ବରଣ କରିଥିଲା । ଏଲେନ ବ୍ୟତୀତ ସେ ମୟରେ ତା’ର ଭାଇ ଓ ମା ମଧ୍ୟ ଉକ୍ତ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିଲେ ।