ନରେନ୍ଦ୍ର ମୋଦି କିଏ ? ଶୁଣନ୍ତୁ ବିଦେଶୀଙ୍କ ମୁହଁରେ ଦେଶର ପ୍ରଧାନମନ୍ତ୍ରୀଙ୍କ ପରିଚୟ

85

ପ୍ରଧାନମନ୍ତ୍ରୀ ଭାବରେ ନିର୍ବାଚିତ ହେବା ପରେ ମୋଦି ଏଯାଏଁ ପ୍ରାୟ ୫୭ ଦେଶକୁ ଗସ୍ତ କରି ସାରିଛନ୍ତି । ଜଣେ ଲୋକପ୍ରିୟ ତଥା ଶକ୍ତିଶାଳୀ ନେତା ଭାବରେ ବେଶ୍ ପରିଚିତ ଭାରତର ପ୍ରଧାନମନ୍ତ୍ରୀ । ହେଲେ ମୋଦିଙ୍କ ଏହି ଲୋକପ୍ରିୟତା କେବଳ ସୋସିଆଲ୍ ମିଡିଆରେ ନା ସତରେ ଭାରତର ପ୍ରଧାନମନ୍ତ୍ରୀ ଦେଶ ବାହାରେ ମଧ୍ୟ ସେତିକି ପ୍ରସିଦ୍ଧ । ଏହାର ଉତ୍ତର ଦେଇଛି ଏକ ଭାଇରାଲ୍ ଭିଡିଓ ।

ପ୍ରସିଦ୍ଧ ୟୁଟ୍ୟୁବର୍ ‘ରିକ୍ସାୱାଲି’ ନିକଟରେ ସ୍ପେନର ଏକ ଦ୍ୱୀପକୁ ଯାଇଥିବା ସମୟରେ ସେଠାକାର ଲୋକମାନଙ୍କୁ ମୋଦିଙ୍କ ଫଟୋ ଦେଖାଇ କିଏ ବୋଲି ପଚାରିଥିଲେ । ଅଧିକାଂଶ ଲୋକ ଫଟୋ ଦେଖୁ ଦେଖୁ ମୋଦି ବୋଲି ଚିହ୍ନି ଯାଇଥିଲେ । ଏପରିକି ଜଣେ ବ୍ୟକ୍ତି ଫଟୋ ଦେଖି କହିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ଠାରୁ ଅଧିକ ଶକ୍ତିଶାଳୀ ଭାରତର ପ୍ରଧାନମନ୍ତ୍ରୀ । ଏହା ସହ କହିଥିଲେ ମୋଦି ଗୋଟିଏ ପଂଚ୍ ମାରି ଆମେରିକାକୁ ଟ୍ରମ୍ପଙ୍କ ଠାରୁ ସ୍ୱାଧୀନ କରିପାରିବେ । କେବଳ ସେତିକି ନୁହେଁ ବିଦେଶୀ ହେବା ସତ୍ତ୍ୱେ ମୋଦି ସକାଳୁ ଶୀଘ୍ର ଉଠିବା ସହ ଯୋଗ କରନ୍ତି ବୋଲି ସେମାନେ ଜାଣିଛନ୍ତି ।

ତେବେ ଯେତେବେଳେ ଅଧିକାଂଶ ଲୋକ ମୋଦିଙ୍କୁ ଚିହ୍ନି ପାରିଥିଲେ ସେତେବେଳେ ଜଣେ ବ୍ୟକ୍ତି ତାଙ୍କୁ ମହାତ୍ମା ଗାନ୍ଧୀ ବୋଲି କହିଥିଲେ । ମେ ୨୬ ତାରିଖରେ ଅପଲୋଡ୍ ହୋଇଥିବା ଏହି ଭିଡିଓକୁ ଏଯାଏ ୫ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି । ତେବେ ଏହି ଭିଡିଓରୁ ମୋଦିଙ୍କ ଲୋକପ୍ରିୟତା କେତେ ସ୍ପଷ୍ଟ ହୋଇଛି ।

ଦେଖନ୍ତୁ ଏହି ଭିଡିଓ :