କନକ ବ୍ୟୁରୋ : ପଶ୍ଚିମବଂଗର ପଶ୍ଚିମ ମେଦିନୀପୁରରେ ତୃଣମୁଳ କଂଗ୍ରେସର କାର୍ଯ୍ୟାଳୟ ଉପରେ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ଦୁଇଜଣଙ୍କର ମୃତ୍ୟୁ ଘଟିଛି । ଟିଏମସିର ଖଡଗପୁର ଶାଖାରେ ଅଜ୍ଞାତ ଆତତାୟୀ ଆଖିବୁଜା ଗୁଳିଚାଳନା କରିଥିଲେ । ଫଳରେ ଏଥିରେ ଦୁଇଜଣ କାର୍ଯ୍ୟକର୍ତ୍ତା ପ୍ରାଣ ହରାଇଚନ୍ତି । ଏଥିରେ ୩ ଜଣ ଗୁରୁତର ଭାବେ ଆହତ ମଧ୍ୟ ହୋଇଛନ୍ତି । ପୁଲିସ ପକ୍ଷରୁ କୁହାଯାଇଛି ଯେ ଦୁଇଜଣ ଆତତାୟୀ ଏକ ବାଇକରେ ଆସି ପ୍ରଥମେ କାର୍ଯ୍ୟାଳୟ ଉପରେ ବୋମାମାଡ କରିଥିଲେ ଓ ତାପରେ ଗୁଳିଚାଳନା କରିଥିଲେ । ପୁଲିସ ପକ୍ଷରୁ ଘଟଣାର ଅନୁସନ୍ଧାନ ଜାରି ରହିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ଏହା ସହ ଦେଖନ୍ତୁ ଏହି ଭିଡିଓ :