ନବୀନ ନେବେନି ମୋଦୀଙ୍କ ପାଣି

26

ଓଡିଶା ସରକାର ସ୍ପଷ୍ଟ କଲେ ଯେ କେନ୍ଦ୍ରର ପାଣି ଆବଶ୍ୟକତା ନାହିଁ ରାଜ୍ୟରେ , ଓଡିଶାରେ ଲାଟୁର ଭଳି ପରିସ୍ଥିତି ଉପୁଜିନାହିଁ । ଗତକିଛି ଦିନରେ ବିଭିନ୍ନ ଜାଗାରେ ଲୋକମାନେ କିପରି ପାନୀୟ ଜଳ ପାଇଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଏବଂ ଏହାରି ଭିତରେ ଗତକାଲି ପାର୍ଲାମେଂଟ୍ ରେ କେନ୍ଦ୍ରସରକାର ଉପସ୍ଥାପନ କରିଥିଲେ ଯେ ୧୩ ଟି ମରୁଡି ପ୍ରଭାବିତ ରାଜ୍ୟ ଯଦି ଚାହିଁବେ ତାହେଲେ କେନ୍ଦ୍ର ସରକାର ଟ୍ରେନ ଯୋଗେ ପାଣି ପଠାଇବା ପାଇଁ ପ୍ରସ୍ତୁତ ଅଛନ୍ତି , କିନ୍ତୁ ରାଜ୍ୟସରକାର କହିଛନ୍ତି ଓଡିଶାରେ ଲାଟୁରର ସ୍ଥିତି ଉପୁଜିନାହିଁ, ତେଣୁ ପାଣି ଟ୍ରେନର ବ୍ୟବସ୍ଥାକୁ କେବେହେଲେ ଗ୍ରହଣ କରିବାର ନାହିଁ ।ଏହାକୁ ବି ରାଜନୀତିକରଣ କରିବା ପାଇଁ ସବୁଦଳ ପଛଘୁଂଚା ଦେଇନାହାଁନ୍ତି । ରାଜ୍ୟସରକାର ପାଣିନନେବା ପ୍ରସଙ୍ଗରେ ବିଜେପି କହିଛି ଏହାକୁନେଇ ମଧ୍ୟ ସବୁଥରଭଳି ବିଜେଡି ରାଜନୀତି କରିଛି । କାଳେ ପାଣିନେଲେ ବିଜେପିକୁ ଏଥିରୁ ଫାଇଦା ମିଳିପାରେ ସେଥିପାଇଁ ନବୀନସରକାରଙ୍କର ଏଭଳି ପଦକ୍ଷେପ । ଏ ସମସ୍ତ ବିତର୍କିତ ପ୍ରସଙ୍ଗ ଉପରେ ଦେଖିବା କନକ ନ୍ୟୁଜ୍ ର ବିଗ୍ ଡିବେଟ୍:-