ରାଜସ୍ଥାନର ଭରତପୁରରେ ଭୁଶୁଡିଲା ବିବାହ ମଣ୍ଡପର ଓଦା କାନ୍ଥ ! ୨୩ ଜଣଙ୍କର ମୃତ୍ୟୁ,୨୮ ଜଣ ଗୁରୁତର ଆହତ

26

କନକ ବ୍ୟୁରୋ : ରାଜସ୍ଥାନର ଭରତପୁରର ଏକ ବିବାହ ମଣ୍ଡପର କାନ୍ଥ ଭୁଶୁଡି ୨୩ ଜଣଙ୍କର ମୃତ୍ୟୁ ହୋଇଯାଇଛି । ଏଥିରେ ପାଖାପାଖୀ ୨୮ ଜଣ ଗୁରୁତର ଆହତ ହୋଇଛନ୍ତି । କାନ୍ଥ ତଳେ ଆଉ କିଛି ଜଣ ଚାପି ହୋଇ ରହିଯାଇଥିବାରୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି । ବୁଧବାର ରାତିପ୍ରାୟ ୧୧ଟାବେଳେ ଅଘଟଣ ଘଟିଛି । ବର୍ଷା କାରଣରୁ ବିବାହ ମଣ୍ଡପର କାନ୍ଥ ଓଦା ହୋଇ ଦୁର୍ବଳ ହୋଇଯାଇଥିଲା । ଫଳରେ ବିବାହକୁ ଯୋଗଦେବାକୁ ଆସିଥିବା ଲୋକଙ୍କ ଉପରେ ଏହା ଭୁଶୁଡିପଡିଥିଲା ।