କଟକ : ପଂଚାୟତରେ ବିଜେଡିର ଭୋଟ୍ ଜାଲିଆତି, ମୋବାଇଲ କ୍ୟାମେରାରେ କଏଦ ନକଲି ଭୋଟର

32

କନକ ବ୍ୟୁରୋ : ପଂଚାୟତ ନିର୍ବାଚନରେ ଭୋଟ ଜାଲିଆତି ଅଭିଯୋଗ । ଶାସକ ବିଜେଡି ବିରୋଧରେ ଏହି ଅଭିଯୋଗ ଆଣିଛି କଂଗ୍ରେସ । ପ୍ରମାଣସ୍ୱରୁପ କଟକ ନିଆଳୀ ବ୍ଲକ ପୋଖରୀଗାଁର ଏକ ବୁଥର ଦୃଶ୍ୟକୁ ଦଳ ସାମ୍ନାକୁ ଆଣିଛି । ଯେଉଁଥିରେ ନକଲି ଭୋଟର ଭୋଟ୍ ଦେଉଥିବାର ଦୃଶ୍ୟ ମୋବାଇଲ କ୍ୟାମେରାରେ କଏଦ ହୋଇଛି ।

୮ ମିନିଟର ଏହି ଭିଡିଓକୁ ଗଣମାଧ୍ୟମ ଆଗରେ ରଖିଛି କଂଗ୍ରେସ । ଭୋଟ ଜାଲିଆତି ଘଟଣାକୁ ନେଇ ରାଜ୍ୟ ନିର୍ବାଚନ ଆୟୋଗଙ୍କ ପାଖରେ ଅଭିଯୋଗ କରିଛି ଦଳ । ଏଥିସହ ଏହି ବୁଥରେ ପୁନଃ ଭୋଟିଂ କରିବାକୁ ଦଳ ପକ୍ଷରୁ ଦାବି କରାଯାଇଛି ।