ଟ୍ରେନରେ ସୁନା ଚାଲାଣକାରୀ ଅଭିଯୁକ୍ତଙ୍କ ଭିଡିଓ ଜାରି କଲା ଅବକାରୀ ବିଭାଗ: ଦୁଇ ଦିନ ତଳେ ଜ୍ଞାନେଶ୍ୱରୀ ଏକ୍ସପ୍ରେସରୁ ଜବତ ହୋଇଥିଲା ୧୩ କେଜିର ସୁନା ବିସ୍କୁଟ

କେଉଁଠି ଆସିଛି ସୁନା, କେଉଁଠିକୁ ହେଉଥିଲା ଚାଲାଣ, ଖିଅ ଖୋଜୁଛି ପୁଲିସ

376

କନକ ବ୍ୟୁରୋ: ଜ୍ଞାନେଶ୍ୱରୀ ସୁପର ଡିଲକ୍ସ ଏକ୍ସପ୍ରେସ ଟ୍ରେନରେ ସୁନା ଚାଲାଣ ଘଟଣାରେ ଗିରଫ ଦୁଇ ଜଣଙ୍କ ଭିଡିଓ ଜାରି କଲା କେନ୍ଦ୍ରୀୟ ଅବକାରୀ ବିଭାଗ । ଏବେ ଏହି ଦୁଇ ଜଣଙ୍କୁ ଜେରାରୁ ମିଳିବ ଅଧିକ ଖିଅ । କେଉଁ ଠାରୁ ସୁନା ଆଣିଥିଲେ, କେଉଁଠାକୁ ଚାଲାଣ ହେଉଥିଲା ତାର ଖିଅ ଖୋଜୁଛନ୍ତି ଅଧିକାରୀ । ଦୁଇ ଦିନ ତଳେ ଟ୍ରେନରେ ବଡ ଧରଣର ସୁନା ଚାଲାଣ ବେଳେ ଏହାକୁ ଜବତ କରିଥିଲେ ରାଜସ୍ୱ ଗୁଇନ୍ଦା ବିଭାଗ ଅଧିକାରୀ ।

ଟ୍ରେନରୁ ଜବତ ହୋଇଥିଲା ୧୨କେଜି ୯୩୨ଗ୍ରାମର ସୁନା । ଏହି ସବୁ ସୁନା ବିସ୍କୁଟ ଆକାରରେ ଚାଲାଣ କରାଯାଉଥିଲା । ହାୱଡାରୁ ମୁମ୍ବାଇ ଯାଉଥିବା ଜ୍ଞାନେଶ୍ୱରୀ ଏକ୍ସପ୍ରେସରୁ ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟର ଅଧିକାରୀ ମାନେ ଚଢାଉ ବେଳେ ଜବତ କରିଥିଲେ ୧୧୦ ଖଣ୍ଡ ସୁନା ବିସ୍କୁଟ । ଜବତ ସୁନାର ଅନୁମାନିକ ମୂଲ୍ୟ ଥିଲା ପ୍ରାୟ ୫ କୋଟି ଟଙ୍କା । ଏହି ଘଟଣାରେ ୨ ଜଣଙ୍କୁ ଅଟକ ରଖି ତନାଘନା କରିବା ପରେ ଆଜି ଗିରଫ ଦୁଇ ଜଣଙ୍କ ଭିଡିଓ ଜାରି କରିଛି ବିଭାଗ ।