ପ୍ରତି ୫ ବର୍ଷରେ ବଦଳେ ଉତ୍ତରାଖଣ୍ଡ ସରକାର, କଣ ବିଜେପି ଭାଙ୍ଗିପାରିବ ୨୦ ବର୍ଷର ରେକର୍ଡ: ଜାଣନ୍ତୁ କଣ କହୁଛି ଏକଜିଟ ପୋଲ?

188

କନକ ବ୍ୟୁରୋ: ୫ ରାଜ୍ୟରେ ବିଧାନସଭା ନିର୍ବାଚନ ଶେଷ ହେବା ପରେ ଏବେ ଏକଜିଟ ପୋଲ ସର୍ଭେ ରିପୋର୍ଟ ଆସିଛି । ତେବେ ଏଥର ଉତ୍ତରାଖଣ୍ଡରେ କିଏ ସରକାର ଗଢିବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । କାରଣ ଉତ୍ତରାଖଣ୍ଡରେ ପ୍ରତି ୫ବର୍ଷରେ ସରକାର ବଦଳି ଥାଏ । ଆଉ ଯଦି ବିଜେପି ଏଥର ପୁଣି ଉତ୍ତରାଖଣ୍ଡରେ ସରକାର ଗଢିବାରେ ସଫଳ ହୁଏ ତେବେ ୨୦ ବର୍ଷ ରେକର୍ଡ ଭାଙ୍ଗିବ ଦଳ ।

ହେଲେ ଏହା ପୂର୍ବରୁ ଆସନ୍ତୁ ନଜର ପକାଇବା କଣ କହୁଛି ଏକଜିଟ ପୋଲ୍ ରିପୋର୍ଟ-

ଟାଇମ୍ସ ନାଓର ଆକଳନ  

ବିଜେପି – ୩୧

କଂଗ୍ରେସ – ୩୧

ଆପ୍ – ୧

ଅନ୍ୟାନ୍ୟ – ୧ 

ଜନ କୀ ବାତର ଆକଳନ

ବିଜେପି – ୩୨-୪୧

କଂଗ୍ରେସ – ୨୭-୩୫

ଆପ୍ – ୦୦-୦୧

ଅନ୍ୟ – ୦୦-୦୪

ଏବିପି ସି ଭୋଟର 

ବିଜେପି – ୨୬-୩୨

କଂଗ୍ରେସ – ୩୨-୩୮

ଆପ୍ – ୦୦-୦୨

ଅନ୍ୟ – ୩-୭

ଟୁଡେ ଚାଣକ୍ୟ 

ବିଜେପି – ୪୩

କଂଗ୍ରେସ – ୨୪

ଆପ୍ – ୦

ଅନ୍ୟ – ୦୩