ରାତିଅଧରେ ଆକାଉଁଟରୁ ବ୍ଳୁଟିକ୍ ହଟାଇଲା ଟ୍ୱିଟର—ନେତା,ଅଭିନେତା,ସେଲିବ୍ରେଟିଙ୍କ ଆକାଉଁଟରୁ ବ୍ଲୁଟିକ୍ ହଟିବା ପରେ ସୋସିଆଲ ମିଡିଆର ଚାଲିଛି ଟ୍ୱିଟର ଟ୍ରେଣ୍ଡ

228

କନକ ବ୍ୟୁରୋ : ଗୁରୁବାର ବିଳମ୍ବିତ ରାତିରେ ଭାରତରେ ମାଇକ୍ରୋ ବ୍ଲଗିଙ୍ଗ ସାଇଟ୍ ‘ଟୁଇଟର’ ଯେଉଁ ବଡ ପଦକ୍ଷେପ ନେଇଛି, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରାଇଛି । ରାତାରାତି ଟୁଇଟ୍ର ଦେଶର ସାଧାରଣ ଲୋକଙ୍କ ଠୁ ଆରମ୍ଭ କରି ଅନେକ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଆକାଉଂଟରୁ ବ୍ଲୁ ଟିକ୍ ହଟାଇଦେଇଛି । ଏହି ପ୍ରଭାବଶାଳୀ ବ୍ୟକ୍ତିଙ୍କ ମଧ୍ୟରେ ରହିଛନ୍ତି ଅନେକ ରାଜନେତା ଓ ଆଗଧାଡିର ସେଲିବ୍ରେଟି । ବଲିଉଡ ସୁପରପଷ୍ଟାର ସଲମାନ ଖାନ୍, ଶାହରୁଖ, ଅମିତାଭ ବଚ୍ଚନ, ଅକ୍ଷୟ କୁମାର,ବିରାଟ କୋହଲି, ମହେନ୍ଦ୍ର ସିଂ ଧୋନି, ସଚିନ ତେନ୍ଦୁଲକର, ରୋହିତ ଶର୍ମାଙ୍କ ଟୁଇଟର ଆକାଉଂଟରୁ ହଟିଛି ବ୍ଲୁ ଟିକ୍ । ସେହିପରି ରାଜନୀତି ଜଗତର କିଛି ବଡ଼ ଚେହେରାଙ୍କ ମଧ୍ୟ ଆକାଉଂଟରୁ ବ୍ଲୁ-ଟିକ୍ ହଟିଛି । କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଉତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କସମେତ ଅନେକ ଚିହ୍ନା ଚେହେରାଙ୍କ ଟ୍ୱିଟର ଆକାଉଂଟରୁ ହଟିଯାଇଛି ବ୍ଲୁ-ଟିକ୍ ।

୨୦ ଏପ୍ରିଲ ପର ଠାରୁ ଏହି ସେବା ଆଉ ମାଗଣାରେ ଦିଆଯିବ ନାହିଁ ବୋଲି ସେ ସୂଚନା ଦେଇଥିଲେ । ଏହି କ୍ରମରେ ଏବେ ଟୁଇଟରରୁ ଯେଉଁ ଉପଭୋକ୍ତା ବ୍ଲୁ ଟିକ୍ ପାଇଁ ଆଗୁଆ ଟଙ୍କା ପୈଠ କରିନଥିଲେ, ସେମାନଙ୍କ ଆକାଉଂଟରୁ ହଟିଛି ବ୍ଲୁ ଟିକ୍ । ସେପଟେ ଆକାଉଂଟରୁ ବ୍ଲୁ ଟିକ୍ ହଟିବା ପରେ ଟଙ୍କା ପୈଠ କରି ବ୍ଲୁ-ଟିକ୍ ଫେରି ପାଇବାକୁ କହିଛନ୍ତି ବିଗ୍ ବି ଅମିତାଭ ବଚ୍ଚନ । ଏନେଇ ବିଗ୍ ବି ଏକ ମଜାଳିଆ ଟୁଇଟ କରିଛନ୍ତି ।

ଭାରତରେ ଟୁଇଟର ବ୍ଲୁ ଟିକ୍ ମୋବାଇଲ ପାଇଁ ପ୍ରତି ମାସରେ ୯ଶହ ଟଙ୍କା ରହିିଛି । ସେହିପରି ବର୍ଷକୁ ୯ହଜାର ୪୦୦ ଟଙ୍କା ଦେବାକୁ ପଡିବ । ସେହିପରି ୱେବ ପାଇଁ ମାସକ ଦେୟ ରହିଛି ୬୫୦ ଟଙ୍କା ଥିବା ବାର୍ଷିକ ଦେୟ ରହିଛିି ୬ହଜରେ ୮୦୦ଟଙ୍କା । ଏବେ ଉପଭୋକ୍ତା ଟଙ୍କା ଦେଇ, ନେଇପାରିବେ ବ୍ଲୁ ଟିକ୍ ।