ଟୁଥପେଷ୍ଟରେ ଥାଇପାରେ କ୍ୟାନସର ସୃଷ୍ଟି କରୁଥିବା ତତ୍ୱ : ଏହି ଉପାୟରେ ନିଜକୁ ରଖନ୍ତୁ ସୁରକ୍ଷିତ

36

ଟୁଥପେଷ୍ଟ ଏବଂ ହାତ ଧୋଇବାର ସାବୁନ୍ ସହିତ ଅନ୍ୟ ଉପଭୋକ୍ତା ଉତ୍ପାଦରେ ଜୀବାଣୁରୋଧୀ ଏବଂ କବକରୋଧୀ ଟ୍ରାଇକ୍ଲୋସନର ବ୍ୟବହାର ଦ୍ୱାରା କୋଲନ(ବଡ ଦାନ୍ତ) ଫୁଲିଯାଏ ଏବଂ କ୍ୟାନସର ହେବାର ସମ୍ଭାବନା ଥାଏ । ଗବେଷଣା ସମୟରେ ଟ୍ରାଇକ୍ଲୋସନର ପ୍ରୟୋଗ ମୂଷାଙ୍କ ଉପରେ କରାଯାଇଥିଲା । ସେଥିରୁ ଜଣା ପଡିଲା କି କିଛି ସମୟ ପାଇଁ ଟ୍ରାଇକ୍ଲୋସନର ମାତ୍ରାରେ କୋଲନ ଫୁଲିଗଲା ଏବଂ କୋଲାଇଟିସ୍ ସହିତ ଜଡିତ ରୋଗ ବଢ଼ିଗଲା ଏବଂ କୋଲନ ସହିତ ଜଡିତ କ୍ୟାନସର ମୂଷାଙ୍କ ଠାରେ ଦେଖାଗଲା ।

ଏହାର ଉପସଂହାର ‘ସାଇନ୍ସ ଟ୍ରାନ୍ସଲେସନ ମେଡିସିନ’ରେ ପ୍ରକାଶନ କରାଯାଇଛି । ଆମେରିକାର ମାସାଚୁସେଟ୍-ଏମହିଷ୍ଟର ବିଶ୍ୱବିଦ୍ୟାଳୟର ଗୁଓଡୋଙ୍ଗ ଝାଙ୍ଗଙ୍କ କହିବାନୁସାରେ ଏହି ପରିଣାମ ପ୍ରଥମ ଥର ଜଣାପଡିଛି ଯେ ଟ୍ରାଇକ୍ଲୋସନର ଅନ୍ତନଳୀ ଉପରେ ପ୍ରତିକୂଳ ପ୍ରଭାବ ପଡିପାରେ ।

ଟ୍ରାଇକ୍ଲୋସନର ଅଧିକ ମାତ୍ରାର ବିଷାକ୍ତ ପ୍ରଭାବ ପକାଏ । ଏହି ନୂଆ ଗବେଷଣା ପାଇଁ ବିଶେଷଜ୍ଞ ଦଳ ମୂଷାଙ୍କୁ ଟ୍ରାଇକ୍ଲୋସିନର ବିଭିନ୍ନ ମାତ୍ରାର ଆହାର ଖୁଆଇଲେ । ଏହାର ପରିଣାମରୁ ଜଣାପଡିଲା ଯେ, ମଣିଷ ରକ୍ତରେ ଥିବା ଟ୍ରାଇକ୍ଲୋସନର ମାତ୍ରା ମୂଷାଙ୍କ ଉପରେ ପ୍ରୟୋଗ କରିବା ଦ୍ୱାରା ମୂଷାଙ୍କ ତୁଳନାରେ କୋଲନ ଫୁଲିଥିବା ଅଧିକ ବିକସିତ ଦେଖାଗଲା । ଏହା ପରେ ଟ୍ରାଇକ୍ଲୋସନର ଅଧିକ ପ୍ରୟୋଗ ଦ୍ୱାରା ମୂଷାଙ୍କ ଠାରେ କୋଲନ ଫୁଲିବା ସମସ୍ୟା ଅଧିକ ଗମ୍ଭୀର ହୋଇଗଲା ।