ସଫଳ ହେଲା ଅସ୍ତ୍ରୋପଚାର, ଛାତ୍ରଙ୍କ ବେକରୁ ବାହାର କରାଗଲା ଜାଭେଲିନ୍: ସଦାନନ୍ଦ ସୁସ୍ଥ ଥିବା ସୂଚନା

1,025

କନକ ବ୍ୟୁରୋ: ବଲାଙ୍ଗୀରର ସ୍କୁଲ ଛାତ୍ର ବେକରୁ କଢ଼ାଗଲା ଭାଜେଲିନ । ବଲାଙ୍ଗୀର ଭୀମଭୋଇ ମେଡିକାଲରେ ଅସ୍ତ୍ରୋପଚାର ପରେ ଛାତ୍ରଙ୍କ ବେକରୁ ଜାଭେଲିନ ବାହାର କରାଯାଇଛି । ଏବଂ ଛାତ୍ର ଜଣଙ୍କ ସୁସ୍ଥ ଅଛନ୍ତି । ଏନେଇ ଅସ୍ତ୍ରୋପ୍ରଚାର କରିଥିବା ଡାକ୍ତର ସୂଚନା ଦେଇଛନ୍ତି । ଅନ୍ୟପଟେ ଛାତ୍ରଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ଜିଲ୍ଲାପାଳଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପିଲାଟିର ସ୍ୱାସ୍ଥ୍ୟବସ୍ଥା କେମିତି ଅଛି ପଚାରି ବୁଝିଛନ୍ତି । ସ୍କୁଲରେ ବାର୍ଷିକ ଖେଳ ପ୍ରତିଯୋଗିତା ଚାଲିଥିବା ବେଳେ ବଲାଙ୍ଗୀର ଆଗଲପୁର ସ୍କୁଲରେ ଏହି ଅଘଟଣ ଘଟିଥିଲା । ଜାଭେଲିନ୍ ଥ୍ରୋ ପ୍ରତିଯୋଗିତା ଚାଲିଥିବା ବେଳ ନବମ ଶ୍ରେଣୀରେ ପଢ଼ୁଥିବା ସଦାନନ୍ଦ ମେହେରଙ୍କ ବେକରେ ଜାଭେଲିନ ଗଳିଯାଇଥିଲା । ତେବେ ସୌଭାଗ୍ୟ ବସତଃ ଜାଭେଲିନଟି ବେକର ଉପରପାଶ୍ୱର୍ରେ ଗଳି ଯାଇଥିଲା । ଜାଭେଲିନଟି ବେକର ଗୋଟିଏ ପାଶ୍ୱର୍ରେ ପଶି ଅପର ପଟେ ବାହାରିଯାଇଥିଲା ।