‘ବସ୍ତ୍ର ନକାଢିଲେ ଜୀବନରୁ ମାରିଦେବକୁ ଧମକ ଦେଲେ…’: ମଣିପୁର ପୀଡିତାଙ୍କ ବୁକୁଫଟା ବୟାନ

5,591

କନକ ବ୍ୟୁରୋ:  ମଣିପୁରରେ ୨ କୁକି ସମ୍ପ୍ରଦାୟର ମହିଳାଙ୍କ ନିର୍ଯାତନାର ଭିଡିଓ ଭାଇରାଲ ହେବା ପରେ ଦେଶବ୍ୟାପୀ ହଇଚଇ ସୃଷ୍ଟି ହୋଇଛି । ଏହା ମଧ୍ୟରେ ଅଭିଯୁକ୍ତ ମାନେ ତାଙ୍କୁ କିପରି ନିର୍ଯାତନା ଦେଲେ ତାହାର ବୁକୁଫଟା ବୟାନ ଗଣମାଧ୍ୟମ ଆଗରେ ଦେଇଛନ୍ତି ଜଣେ ପୀଡିତା । କହିଛନ୍ତି ଦୁର୍ବୃତ୍ତମାନେ ତାଙ୍କୁ ପୋଷାକ ନଓହ୍ଲାଇଲେ ଜୀବନରୁ ମାରିଦେବାକୁ ଧମକ ଦେଲେ, ତା ପରେ ନିଜର ପାଶବିକ ନିର୍ଯାତନା ଆରମ୍ଭ କରିଥିଲେ ।

ମେ ୪ ତାରିଖରେ ନିଜ ସହ ଘଟିଥିବା ଲୋମଟାଙ୍କୁରା ଘଟଣାକୁ ବୟାନ କରିଛନ୍ତି ପୀଡିତା । ସେ କହିଛନ୍ତି ଘଟଣାର ପୂର୍ବଦିନ ପାଖ ଗାଁର ଅନେକ ଘର ପୋଡିଦେଇଥିଲେ ଦୁର୍ବୃତ୍ତ । ମେ ୪ ତାରିଖ ସକାଳୁ ସକାଳୁ ସେ ତାଙ୍କର ୪ ସନ୍ତାନଙ୍କୁ କାଙ୍ଗପୋକପି ଜିଲ୍ଲା ଅନ୍ତର୍ଗତ ଗୋଟାଏ ନାଗା ଗ୍ରାମକୁ ଯାଇ ଆଶ୍ରୟ ନେବାକୁ ପଠାଇ ଦେଲେ। ତା’ପରେ ଜୀବନ ବିକଳେ ସେ, ତାଙ୍କ ସ୍ୱମୀମୀ ଓ ଆଉ ୮ଜଣ ପାଖ ଜଙ୍ଗଲକୁ ଯାଇ ଆତ୍ମଗୋପନ କଲେ। କିନ୍ତୁ, ଦୁର୍ୟୋଗକୁ ସେମାନେ ଆଦିମ ମଣିପୁରୀ ବିଦ୍ରୋହୀଙ୍କ ହାବୁଡ଼ରେ ପଡ଼ିଗଲେ।

ମଣିପୁରୀମାନେ ତାଙ୍କୁ ଦୁଇ ଦଳରେ ବିଭକ୍ତ କରି ଭାଇ ଓ ବାପାଙ୍କ ସହିତ ମୁଖ୍ୟ ରାସ୍ତା ଆଡ଼କୁ ନେଇଗଲେ। ୪୦ ବର୍ଷୀୟ ମହିଳାଙ୍କ କହିବା ଅନୁସାରେ, ଉତ୍ତ୍ୟକ୍ତ ଜନତା ସେମାନଙ୍କ ପାଖରେ ଥିବା ଖାଦ୍ୟଦ୍ରବ୍ୟ ଓ ଅନ୍ୟାନ୍ୟ ସାମଗ୍ରୀ ପୋଡ଼ି ପକାଇଲେ। ତା’ପରେ ବିଧା, ଗୋଇଠା ଓ ଯୌନ ଉତ୍ପୀଡ଼ନ ଦେଇ ମୁଖ୍ୟ ରାସ୍ତା ଆଡ଼କୁ ଘୋଷାରି ନେଲେ। ଏ ମଧ୍ୟରେ କମ୍‌ ବୟସର ଅନ୍ୟ ଜଣେ ମହିଳା ଓ ତାଙ୍କ ଭାଇ ମୁଖ୍ୟରାସ୍ତାରେ ଠିଆ ହୋଇଥିବା ଗୋଟାଏ ପୁଲିସ ଜିପ୍‌ରେ ଲୁଚିଯାଇଥିଲେ। କିନ୍ତୁ, ଉତ୍ତ୍ୟକ୍ତ ଜନତା କବଳରୁ ସେମାନେ ବର୍ତ୍ତିପାରିଲେ ନାହିଁ। ପୁଲିସଙ୍କଠାରୁ ସେମାନଙ୍କୁ ଛଡ଼ାଇ ଆଣି ମଣିପୁରୀମାନେେ ନିସ୍ତୁକ ମାଡ ମାରିଥିଲେ । ତା’ପରେ ସେମାନେ ଦୁଇ ମହିଳାଙ୍କୁ ଘେରିଯାଇ ତାଙ୍କୁ ଲୁଗା ଓହ୍ଲାଇବାକୁ ବାଧ୍ୟ କଲେ। ଲୁଗା ନ ଓହ୍ଲାଇଲେ ମାରିପକାଇବେ ବୋଲି ଧମକ ଦେଲେ। ଭୟରେ  ଆମେ ତାଙ୍କ କଥା ମାନିଲୁ ବୋଲି ସେ ୪୦ ବର୍ଷୀୟ  ମହିଳାଜଣକ କହିଛନ୍ତି। ଏଇ ସମସ୍ତ ଘଟଣାକୁ ଉତ୍ତ୍ୟକ୍ତ ଜନତାଙ୍କ ମଧ୍ୟରୁ କେହି ରେକର୍ଡ କରିଥିଲେ। ଏବେ ତାହା ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଛି।