ଜିଲ୍ଲା ପରିଷଦ ନିର୍ବାଚନ ପାଇଁ ପ୍ରଦେଶ କଂଗ୍ରେସ ଘୋଷଣା କଲା ଷ୍ଟାର ପ୍ରଚାରକ ତାଲିକା । ପଢନ୍ତୁ, ଲିଷ୍ଟରେ ସାମିଲ ଅଛନ୍ତି କିଏ କିଏ?

277

କନକ ବ୍ୟୁରୋ: ପଞ୍ଚାୟତ ନିର୍ବାଚନ ପାଇଁ ଏବେ ରାଜ୍ୟ ରାଜନୀତି ସରଗରମ । ପ୍ରାର୍ଥୀମାନେ ନିଜ ପଞ୍ଚାୟତରେ ପ୍ରଚାର ଅଭିଯାନ ଚଳାଇଥିବା ବେଳେ, ହେଭିୱେଟ୍ ନେତା ମଧ୍ୟ ନିଜ ଗଡ ବଞ୍ଚାଇ ରଖିବାକୁ ରୀତିମତ ଚେଷ୍ଟା ଜାରି ରଖିଛନ୍ତି । ଆଉ ଏହାରି ଭିତରେ ଜିଲ୍ଲା ପରିଷଦ ପ୍ରଚାର ପାଇଁ ପ୍ରଦେଶ କଂଗ୍ରେସ ଘୋଷଣା କରିଛି ନିଜର ୨୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ।

ଜିଲ୍ଲା ପରିଷଦ ପାଇଁ ପ୍ରଦେଶ କଂଗ୍ରେସ ଘୋଷଣା କରିଥିବା ଷ୍ଟାର ପ୍ରଚାରକ ତାଲିକାରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସହିତ, ବରିଷ୍ଠ ବିଧାୟକ ନରସିଂହ ମିଶ୍ର, ଦଳର ପ୍ରଭାରୀ ଏ ଚେଲ୍ଲାକୁମାରଙ୍କୁ ରଖାଯାଇଛି । ଏହାସହିତ ଛତିଶଗଡର ପିସିସି ସଭାପତି ମୋହନ ମକ୍ରମ, ଛତିଶଗଡ କ୍ୟାବିନେଟ୍ ମନ୍ତ୍ରୀ ଅମରଜିତ ଭାଗତ, ସାଂସଦ ସପ୍ତଗିରି ଉଲାକା ପ୍ରମୁଖ ମଧ୍ୟ ଷ୍ଟାର ପ୍ରଚାରକ ତାଲିକାରେ ରହିଛନ୍ତି ।

ତାଙ୍କ ସହିତ ଜୟଦେବ ଜେନା, ଶରତ ପଟ୍ଟନାୟକ, ପଞ୍ଚାନନ କାନୁନଗୋ, ବିଧାୟକ ସୁର ରାଉତରାୟ, ତାରାପ୍ରସାଦ ବାହିନୀପତି, ମହମ୍ମଦ ମୋକିମ ପ୍ରମୁଖ ରହିଛନ୍ତି । ପ୍ରଦେଶ କଂଗ୍ରେସର ମିଡିଆ କନଭେନର ସତ୍ୟପ୍ରକାଶ ନାୟକ ମଧ୍ୟ ପ୍ରଦେଶ କଂଗ୍ରେସର ଷ୍ଟାର ପ୍ରଚାରକ ତାଲିକାରେ ରହିଛନ୍ତି ।