ରାଷ୍ଟ୍ରପତିଙ୍କ ଭାଷଣ ଉପରେ ପ୍ରଧାନମନ୍ତ୍ରୀଙ୍କ ଧନ୍ୟବାଦ ପ୍ରସ୍ତାବ । ଗୃହରେ ବିବୃତି ରଖି କଂଗ୍ରେସକୁ ଟାର୍ଗେଟ୍ କଲେ ମୋଦି ।

143

କନକ ବ୍ୟୁରୋ : ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ପ୍ରସ୍ତାବ ଜଣାଇବା ଅବସରରେ ଆଜି ଲୋକସଭାରେ କଂଗ୍ରେସକୁ କଡା ସମାଲୋଚନା କରିଛନ୍ତି ପଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡିଶାର ଉଦାହରଣ ଦେଇ କହିଛନ୍ତି, ୧୯୯୫ ପରେ ଓଡିଶାରେ କଂଗ୍ରେସ ଆଉ କ୍ଷମତାକୁ ଫେରିନି । ସେହିପରି ନାଗାଲାଣ୍ଡ ଓ ଗୋଆରେ ମଧ୍ୟ ୨୮ ବର୍ଷ ହେଲା ଜିତିପାରିନି କଂଗ୍ରେସ ।

ତାମିଲନାଡୁରେ ବି ୧୯୬୨ ପରେ ଦଳ ଆଉ କ୍ଷମତାକୁ ଫେରି ପାରିନାହିଁ । କିନ୍ତୁ ଏତେ ପରାଜୟ ପରେ ମଧ୍ୟ କଂଗ୍ରେସ ତାର ଅଂହକାର ଛାଡି ପାରୁନି ବୋଲି କହିଛନ୍ତି ମୋଦୀ । ସେହିପରି କଂଗ୍ରେସ ତାର ଶାସନ କାଳରେ ଶୋଷଣ କରିବା ଛଡା ଅନ୍ୟ କିଛି କରିନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।