ଲଘୁଚାପ ପରେ ହଠାତ୍ ପାଗରେ ପରିବର୍ତ୍ତନ । ବିଭିନ୍ନ ସ୍ଥାନରେ ଝିପିଝିପି ବର୍ଷା ଆରମ୍ଭ କିଛି ଦିନର ଗରମ ଗୁଳୁଗୁଳିରୁ ମିଳିଲା ଆଶ୍ୱସ୍ତି ।

556

କନକବ୍ୟୁରୋ: ପୁରୀ ଜିଲ୍ଲା ଅସ୍ତରଙ୍ଗରେ ହଠାତ ପାଗରେ ପରିବର୍ତନ ହୋଇଛି । ସାମ୍ଭାବ୍ୟ ବାତ୍ୟାର ପ୍ରଭାବରେ ଆଜି ସକାଳୁ ପାଗରେ ପରିବର୍ତନ ହୋଇଛି । ଉପକୂଳରେ ଏହାର ପ୍ରଭାବ ନଥିଲେ ମଧ୍ୟ ଅସ୍ତରଙ୍ଗରେ ବର୍ଷା ସାଙ୍ଗକୁ ହାଲକା ପବନ ଆରମ୍ଭ ହୋଇଯାଇଛି । ଏହି ବର୍ଷା ସାଙ୍ଗକୁ କୋହଲା ପାଗରେ ଅସ୍ତରଙ୍ଗରେ ଅସହ୍ୟ ଗରମରୁ ଆଶ୍ୱସ୍ତି ମିଳିଛି । ବାତ୍ୟାର ପ୍ରଭାବରେ ସମୁଦ୍ର ମଧ୍ୟ ଅଶାନ୍ତ ହୋଇଥିବା ଜଣାପଡିଛି । ସେପଟେ କେନ୍ଦ୍ରାପଡାରେ ମଧ୍ୟ ହଠାତ ପାଗରେ ପରିବର୍ତନ ହୋଇଛି ।

ଗରମ ଗୁଳୁଗଳିରୁ ଆଶ୍ୱସ୍ତି ମଳିଛି । ପାଟକୁରାରେ ପ୍ରବଳ ବର୍ଷା ହୋଇଥିବାର ଦେଖିବାକୁ ମିଳିଛି । ଆଜି ସକାଳୁ ସକାଳୁ ପାଟକୁରାର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ଲଗାଣ ଭାବେ ବର୍ଷା ଯୋଗୁ ସବୁଠି ଜଳମଗ୍ନ ହୋଇଗଲାଣି । ବର୍ଷା ସହିତ ପବନ ମଧ୍ୟ ବହୁଛି । କିଛି ଦିନ ହେଲା ପ୍ରଚଣ୍ଡ ଖରା ଓ ଅସହ୍ୟ ଗରମ ଗୁଳୁଗୁଳିରେ ଜନଜୀବନ ଅତିଷ୍ଠ ହୋଇପଡିଥିଲା ଏବେ ତୁହାକୁ ତୁହା ବର୍ଷାରେ ସବୁଠି ଜଳମଗ୍ନ ହୋଇଯାଇଥିବା ବେଳେ ବର୍ଷା ଲୋକଙ୍କୁ କିଛିଟା ଆଶ୍ୱସ୍ତି ଆଣି ଦେଇଛି ।