ରଥଯାତ୍ରା ସମନ୍ୱୟ ବୈଠକରେ ତମ୍ବିତୋଫାନ । ବିଭିନ୍ନ ପ୍ରସଙ୍ଗ ଉଠାଇ ପ୍ରଶାସନିକ ଅଧିକାରୀଙ୍କୁ ଘେରିଲେ ଶ୍ରୀମନ୍ଦିର ସେବାୟତ

155

କନକ ବ୍ୟୁରୋ : ରଥଯାତ୍ରା ସମନ୍ୱୟ ବୈଠକରେ ତମ୍ବିତୋଫାନ । ବିଭିନ୍ନ ପ୍ରସଙ୍ଗ ଉଠାଇ ପ୍ରଶାସନିକ ଅଧିକାରୀଙ୍କୁ ଘେରିଲେ ଶ୍ରୀମନ୍ଦିର ସେବାୟତ । ତୁରନ୍ତ ଭକ୍ତଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବାକୁ ଦାବି କରିଥିଲେ । ଏହାସହ ଶୋଷଣମୁକ୍ତ ପରିବେଶ ପାଇଁ ଉତରଦ୍ୱାରରୁ ମହାପ୍ରସାଦ ଆଣିବା ପାଇଁ ଭକ୍ତଙ୍କୁ ଅନୁମତି ଦିଆଯାଉ । ୩ ବର୍ଷ ହେଲା ଶ୍ରୀମନ୍ଦିର ରୋଷଘର ପାଇଁ ଜାଳେଣି ସମସ୍ୟା ଦେଖାଦେଉଛି । ସେବାୟତ ପରିବାର ଜାଳେଣି ପାଇଁ କଲବଲ ହେଉଛନ୍ତି ।

ରଥଯାତ୍ରା ସମନ୍ୱୟ ବୈଠକରେ ଏପରି ବିଭିନ୍ନ ପ୍ରସଙ୍ଗ ଉଠାଇଥିଲେ ସେବାୟତ । ତୁରନ୍ତ ସମସ୍ୟାର ସମାଧାନ ପାଇଁ ଦାବି କରିଥିଲେ । ସବୁ ସମସ୍ୟାର ସମାଧାନ କରିବାକୁ ଆଇନ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ପୁରୀ ଟାଉନ୍ ହଲରେ ବୈଠକ ବସିଥିଲା । ଏଥିରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ରାଜ୍ୟର ୬ ମନ୍ତ୍ରୀଙ୍କ ସମେତ ବରିଷ୍ଠ ଅଧିକାରୀ ଓ ରାଜନେତା ବୈଠକରେ ଯୋଗଦେଇଥିଲେ । ରଥଯାତ୍ରା ଭାରତୀୟ ରେଳବାଇ ତରଫରୁ ୨୦୫ ରେଳ ଗାଡି ଚାଲିବ । ୩୫ଟି ଟିକେଟ୍ ବୁକିଂ କାଉଣ୍ଟର ବ୍ୟବସ୍ଥା ହେବ ।