ସେୟାର ମାର୍କେଟରେ ନିବେଶ କରନ୍ତୁ, ରାତାରାତି ହୋଇଯିବେ କୋଟିପତି । ଲୋଭ ଦେଖାଇ ଠକ ଲୁଟିନେଲା ୪୪ଲକ୍ଷରୁ ଅଧିକ ଟଙ୍କା

206

କନକ ବ୍ୟୁରୋ : ଭବିଷ୍ୟତକୁ ଉଜ୍ୱଳ କରିବା ପାଇଁ ବର୍ତ୍ତମାନ ଲୋକେ ସେୟାର ମାର୍କେଟରେ ନିବେଶ କରୁଛନ୍ତି । ଟ୍ରେଡିଂ ମଧ୍ୟ କରୁଛନ୍ତି । କିଛି ଲୋକ ସେୟାର ମାର୍କେଟ ଉପରେ ଭଲଭାବେ ଅଧ୍ୟୟନ କରି ନିବେଶ କରୁଥିବା ବେଳେ, ଅନେକ ଲୋକ ରାତାରାତି ବଡଲୋକ ହେବା ଆଶାରେ ସେୟାର ମାର୍କେଟରେ ପ୍ରବେଶ କରୁଛନ୍ତି । ଆଉ ନିଜର ସବୁ ସଞ୍ଚିତ ଧନକୁ ହରାଇ ଦେଉଛନ୍ତି । ଏପରିବି ଦେଖିବାକୁ ମିଳିଛିକି, ରାତାରାତି ବଡ ଲୋକ ହେବାର ଆଶାରେ ଲୋକେ ଠକାମୀର ଶିକାର ମଧ୍ୟ ହେଉଛନ୍ତି । ଏହିଭଳି ଏକ ଖବର ଆସିଛି ମୁମ୍ବାଇରୁ । ମୁମ୍ବାଇର ଜଣେ ବ୍ୟକ୍ତିଙ୍କୁ ଲୋଭ ଦେଖାଇ ୪୪ଲକ୍ଷରୁ ଅଧିକ ଟଙ୍କା ଲୁଟିନେଇଛି ଠକ ।

ମିଳିଥିବା ସୂଚନା ଆଧାରରେ, ଗତମାସ ୫ତାରିଖରୁ ଚଳିତ ମାସ ୩ତାରିଖ ଭିତରେ ଠକ ମୁମ୍ବାଇର ଜଣେ ବ୍ୟକ୍ତିଙ୍କଠୁ ୪୪ ଲକ୍ଷ ୭୨ହଜାର ଟଙ୍କା ଲୁଟିନେଇଛି । ସେୟାର ମାର୍କେଟରେ ନିବେଶ କଲେ ଲାଭବାନ ହେବାର ଆଶା ଦେଖାଇ ଠକ ପାଖାପାଖି ୪୫ ଲକ୍ଷ ଟଙ୍କା ଲୁଟି ନେଇଛି । ଲୁଟର ଶିକାର ହେବା ପରେ ବ୍ୟକ୍ତି ଜଣକ ଥାନାରେ ଏତଲା ଦେଇଥିଲେ । ଏହା ପରେ ଘଟଣା ସାମ୍ନାକୁ ଆସିଛି । ଅଭିଯୋଗ ପାଇଁ ପୋଲିସ ତଦନ୍ତ ଆକମ୍ଭ କରିଛି ଏବଂ ଖୁବଶୀଘ୍ର ଠକକୁ ଧରିବା ପାଇଁ ଚେଷ୍ଟା ଜାରି ରଖିଛି