ଦ୍ୱିତୀୟ ବିବାହରୁ ଜନ୍ମିତ ପିଲାଙ୍କ ଭାଗ କେତେ ? ଲିଭଇନ୍ ରିଲେସନରୁ ଜନ୍ମ ହୋଇଥିବା ପିଲାଙ୍କୁ ମିଳିବ କି ଭାଗ ! ପୈତୃକ ସମ୍ପତ୍ତି ଉପରେ ପୋଷ୍ୟ ସନ୍ତାନର ରହିଛି କି ଅଧିକାର ?

1,977

କନକ ବ୍ୟୁରୋ : ସମାଜରେ ବିଭିନ୍ନ ସମୟରେ ପୈତୃକ ସମ୍ପତ୍ତିକୁ ନେଇ ଭିନ୍ନ ଭିନ୍ନ ବିବାଦ ଦେଖିବାକୁ ମିଳିଥାଏ । ନିଜ ଭାଇ ହୁଅନ୍ତୁ ବା ସାବତ । ଏପରିକି ପୌଷ୍ୟ ସନ୍ତାନ ସମ୍ପତ୍ତି ପାଇଁ ମଧ୍ୟ ବିବାଦ ମାନ ଦେଖିବାକୁ ମିଳିଥାଏ । ପୁରୁଷ ଜଣଙ୍କୁ ବିବାହ କରିଥିବାବେଳେ ଅନ୍ୟ ଜଣେ ମହିଳାଙ୍କ ସହ ସମ୍ପର୍କ ମଧ୍ୟ ରଖିଥାଏ । ଆଉ ସେମାନଙ୍କ ଛୁଆ କିଭଳି ପାଇବ ବାପାର ସମ୍ପତି । ଏଭଳି ଅନେକ ବିବାଦ ସମାଜରେ ପ୍ରତିଦିନ ଘଟୁଥିବା ଆପଣମାନେ ଦେଖୁଥିବେ ନିଶ୍ଚୟ । ତେବେ ଏଭଳି ପୈତୃକ ସମ୍ପତିକୁ ନେଇ ଲାଗି ରହିଥିବା ବିବାଦରେ କିଭଳି ସମ୍ପତ୍ତିି ଭାଗ ହୋଇଥାଏ ଏବଂ କଣ ରହିଛି ଆଇନ ଆସନ୍ତୁ ନଜର ପକାଇବା ।

ନିକଟରେ ତେଲେଙ୍ଗାନା ସରକାର ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତ । ପୌଷ୍ୟ ସନ୍ତାନ ଗ୍ରହଣ ପରେ ସେ ଛୁଆ ତାଙ୍କ ଜନ୍ମିତ ପରିବାରର ଆଉ ସଦସ୍ୟ ନୁହଁନ୍ତି । ହିନ୍ଦୁ ଉତ୍ତରାଧିକାରୀ ନିୟମ ଅନୁଯାୟୀ, ସହଦାୟିକ ଶବ୍ଦ ସେହି ବ୍ୟକ୍ତିଙ୍କ ପାଇଁ ବ୍ୟବହାର ହୋଇଥାଏ । ଛୁଆ ଜନ୍ମ ହେବା ପରେ ପୈତୃକ ସମ୍ପତିରୁ ଭାଗ ପାଇବାର ଅଧିକାର ରହିଛି । କିନ୍ତୁ ଯଦି କେହି ଛୁଆକୁ ପୌଷ୍ୟଭାବେ ଗ୍ରହଣ କରନ୍ତି ତାହେଲେ ସେ ଛୁଆ ଆଉ ଜନ୍ମିତ ପରିବାରରୁ ସମ୍ପତି ପାଇପାରିବେ ନାହିଁ । ତେଲେଙ୍ଗାନା ହାଇକୋର୍ଟରେ ଏକ ମାମଲା ୧୯୭୭ରୁ ବିଚାରାଧିନ ରହିଥିଲା । ପିଟିସନ ଦାୟର କରିଥିବା ବ୍ୟକ୍ତିଙ୍କୁ ତାଙ୍କ ମାମୁଁ ପୌଷ୍ୟ ସନ୍ତାନ ଭାବେ ଗ୍ରହଣ କରିଥିଲେ । ଏକଥା ଯେତେବେଳେ ସେ ଜାଣିବାକୁ ପାଇଲେ ନିଜ ପିତାଙ୍କ ସମ୍ପତି ପାଇବା ପାଇଁ ଦାବି କରିଥିଲେ । କିନ୍ତୁ ସେ ପୈତୃକ ସମ୍ପତି ପାଇବାରୁ ବଂଚିତ ହୋଇଥିଲେ । ପୌଷ୍ୟ ସନ୍ତାନ ପୈତୃକ ସମ୍ପତିରୁ ଭାଗ ପାଇପାରିବେ ନାହିଁ । ଯେବେଠାରୁ ଗୋଟିଏ ଶିଶୁକୁ କୌଣସି ବ୍ୟକ୍ତି ପୌଷ୍ୟ ସନ୍ତାନଭାବେ ଗ୍ରହଣ କରନ୍ତି ସେବେଠାରୁ ସେ ଛୁଆ ତାଙ୍କ ନିଜ ଛୁଆ ଭଳି ଅଧିକାର ପାଇଥାଏ । ଆଇନଗତଭାବେ ସେ ତାଙ୍କ ସମ୍ପତି ପାଇପାରିବ । ଯଦି ପୌଷ୍ୟଭାବେ ଗ୍ରହଣ କରିବା ପୂର୍ବରୁ ଛୁଆଙ୍କ ପରିବାର ସମ୍ପତି ଭାଗ କରି ଦେଇଥାନ୍ତି ତେବେ ସେ ପିଲା ଜନ୍ମିତ ବାପାଙ୍କ ସମ୍ପତିରୁ ଭାଗ ପାଇପାରିବେ । କିନ୍ତୁ ପୌଷ୍ୟଭାବେ ଗ୍ରହଣ କରିଥିବା ବ୍ୟକ୍ତିଙ୍କ ସମ୍ପତି ପାଇଁ ଦାବି କରିପାରିବେ ନାହିଁ ।

ଅନ୍ୟପଟେ ଯଦି କେହି ଛୁଆ ପୌଷ୍ୟଭାବେ ଗ୍ରହଣ କରାଯିବା ପରେ ତାଙ୍କ ଜନ୍ମିତ ପିତାମାତା ଚାହିଁଲେ ତାଙ୍କୁ ସମ୍ପତିରୁ ଭାଗ ଦେଇପାରିବେ । ଭାରତୀୟ ସମ୍ବିଧାନ ଅନୁଯାୟୀ ଯେକୌଣସି ବ୍ୟକ୍ତି ନିଜ ସମ୍ପତିକୁ ନିଜ ଇଛାରେ ଦେଇପାରିବେ । ଏଣୁ ପୌଷ୍ୟଭାବେ ଦେଇଥିବା ଛୁଆକୁ ଚାହିଁଲେ ନିଜ ସମ୍ପତିରୁ କିଛି ଦେଇପାରିବେ । ବାୟୋଲଜିକାଲ ଛୁଆଙ୍କ କ୍ଷେତ୍ରରେ ମଧ୍ୟ ସମାନ ନିୟମ ଲାଗୁହେବ । ବାପା ଚାହିଁଲେ ପୁଅ କିମ୍ବା ଝିଅଙ୍କୁ ତାଙ୍କ ସମ୍ପତିରୁ ବଞ୍ଚିତ କରିପାରିବେ । ନିଜ ଅର୍ଜିତ ଧନକୁ ସେ ଯାହାକୁ ଚାହିଁବେ ତାକୁ ଦେଇପାରିବେ ।

ସ୍ୱାମୀ ସ୍ତ୍ରୀ ଏକାଠି ରହୁଥିବେ ଏବଂ ସ୍ୱାମୀ ଅନ୍ୟ ମହିଳାଙ୍କ ସହ ସମ୍ପର୍କ ରଖନ୍ତି ଆଉ ଏକ ସନ୍ତାନ ଜନ୍ମ ହୁଏ ତେବେ ସମ୍ପତି କିପରି ଭାଗ ହେବ? ତେବେ ଏହି ପରିପ୍ରେକ୍ଷୀରେ ୨ଟି ଉପାୟ ଆପଣା ଯାଇଥାଏ । ପ୍ରଥମଟି ହେଲା ହିନ୍ଦୁ ବିବାହ ନିୟମ-୧୬ କ୍ରମରେ କେବଳ ପିତାଙ୍କ ସମ୍ପତ୍ତିରୁ ଭାଗ ପାଇପାରିବେ । ମାତ୍ର ପିତାଙ୍କ ପୈତୃକ ସମ୍ପତ୍ତିରୁ ତାଙ୍କୁ ଭାଗ ମିଳିବ ନାହିଁ ।

ବିବାହରୁ ଜନ୍ମ ହୋଇଥିବା ପିଲାମାନେ ପିତାଙ୍କ ସମ୍ପତି ଉପରେ ସମ୍ପୂର୍ଣ୍ଣ ଅଧିକାର ରହିଥାଏ ଏପରିକି ଜେଜେବାପାଙ୍କ ସମ୍ପତି ଉପରେ ସମ୍ପୂର୍ଣ୍ଣ ଅଧିକାର ରହିଥାଏ । ହିନ୍ଦୁ ବିବାହ ଆଇନ ଧାରା ୧୬ ଅନୁଯାୟୀ ପ୍ରେମ ସମୟରେ ଜନ୍ମ ହୋଇଥିବା ଛୁଆ କେବଳ ବାପାଙ୍କ ସମ୍ପତିରୁ ଭାଗ ପାଇବ । ଜେଜେବାପାଙ୍କ ସମ୍ପତି ପାଇବାର ଅଧିକାର ନାହିଁ ।

ପ୍ରଥମ ପତ୍ନୀଙ୍କଠାରୁ ଛାଡ଼ପତ୍ର ହୋଇଥିବ ଏବଂ ତାଙ୍କର ୨ଟି ସନ୍ତାନ ଥିବେ । ଅନ୍ୟପଟେ ପ୍ରେମ ସମ୍ପର୍କରେ ବିବାହ କରିଥିବା ମହିଳାଙ୍କର ଗୋଟିଏ କିମ୍ବା ଦୁଇଟି ସନ୍ତାନ ଯଦି ରହିବେ ତାହେଲେ ପିତାଙ୍କ ସମ୍ପତିରେ ସମସ୍ତଙ୍କର ସମାନ ଅଂଶ ରହିବ । ଯଦି ବାପା ନିଜ ଇଛାରେ କାହା ନାଁରେ ଅଧିକ ଲେଖିଥାନ୍ତି ତାହେଲେ ସେ ପାଇବ । ପିତା ଯଦି ପ୍ରଥମ ପତ୍ନୀଙ୍କ ଛୁଆଙ୍କୁ ସମସ୍ତ ସମ୍ପତି ଦେଇ ଦେଇଥାନ୍ତି ତାହେଲେ ଦ୍ୱିତୀୟ ପତ୍ନୀଙ୍କ ଛୁଆ କୌଣସି ସମ୍ପତି ପାଇପାରିବେ ନାହିଁ । ସମାନ ଘଟଣା ମଧ୍ୟ ଦେଖିବାକୁ ମିଳିଥାଏ ବିପରୀତ ଘଟଣାରେ । ଯଦି ପିତା ପ୍ରେମ ବିବାହରୁ ଜନ୍ମିତ ଛୁଆଙ୍କ ନାଁରେ ନିଜ ଅର୍ଜିତ ସମ୍ପତି ଲେଖି ଦେଇଥାନ୍ତି ତାହେଲେ ପ୍ରଥମ ପତ୍ନୀଙ୍କ ଛୁଆ କୌଣସି ସମ୍ପତି ପାଇପାରିବେ ନାହିଁ ।

ପ୍ରଥମ ପତ୍ନୀଙ୍କର ଗୋଟିଏ ଛୁଆ ଅଛନ୍ତି । ଛାଡ଼ପତ୍ର ପରେ ଯଦି ଦ୍ୱିତୀୟ ପତ୍ନୀଙ୍କଠାରୁ ଦୁଇଟି ସନ୍ତାନ ହୁଅନ୍ତି ତାହେଲେ ବାପାଙ୍କ ସମ୍ପତି କିପରି ଭାଗ ହେବ? ଆଇନଗତ ବିବାହରୁ ଜନ୍ମ ହୋଇଥିବା ପିଲାମାନେ ବାପାମା ଏବଂ ଜେଜେବାପାଙ୍କ ସମ୍ପତି ଉପରେ ସମାନ ଅଧିକାର ପାଇବେ । କେହି କମ କିମ୍ବା ଅଧିକ ପାଇବେ ନାହିଁ । ବିବାହ କରିଥିବା ସ୍ତ୍ରୀଙ୍କ ଛୁଆଙ୍କର ବାପାଙ୍କ ସମ୍ପତିରେ ଯେତିକି ଅଧିକାର ରହିଛି ଲିଭଇନ ରିଲେସନସିପରୁ ଜନ୍ମିତ ଛୁଆର ମଧ୍ୟ ସମାନ ଅଧିକାର ରହିଛି । କିନ୍ତୁ ଇଭ-ଇନ ରିଲେସନସିପରୁ ଜନ୍ମିତ ଛୁଆର ଜେଜେବାପାଙ୍କ ସମ୍ପତିରେ କୌଣସି ଅଧିକାର ରହିବ ନାହିଁ । ଅନ୍ୟପଟେ କେହି ବ୍ୟକ୍ତି ଦୁଷ୍କର୍ମ କରିବା ପରେ ଯଦି ମହିଳା ସନ୍ତାନ ଜନ୍ମ କରନ୍ତି ତେବେ ସେହି ପିଲା ବାପାଙ୍କ ସମ୍ପତିରୁ ଭାଗ ପାଇବ କିନ୍ତୁ ଜେଜେବାପାଙ୍କ ସମ୍ପତିରୁ ଭାଗ ପାଇ ପାରିବ ନାହିଁ ।